ଆଫଗାନିସ୍ତାନରେ ବିସ୍ଫୋରଣ

କାନ୍ଧାର,୨୮।୯: ଦକ୍ଷିଣ ଆଫଗାନିସ୍ତାନର କାନ୍ଧାର ସହରରେ ଶନିବାର ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୧୫ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଶନିବାର ରାଷ୍ଟ୍ରପତି ନିର୍ବାଚନ ଚାଲୁଥିବା ସମୟରେ ସହରର ଏକ ମତଦାନ କେନ୍ଦ୍ରର ବାହାରେ ଏହି ବିସ୍ଫୋରଣ ଘଟିଥିଲା। ସହରର ମତଦାନ କେନ୍ଦ୍ରଗୁଡ଼ିକ କଡ଼ା ସୁରକ୍ଷା ବଳୟରେ ଥିବା ବେଳେ ଏଭଳି ଦୁର୍ଘଟଣା ଘଟିବା ପ୍ରଶାସନର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ପୂର୍ବରୁ ଲୋକଙ୍କୁ ମତଦାନ ନ କରିବା ପାଇଁ ତାଲିବାନ ପକ୍ଷରୁ ଧମକ ଦିଆଯାଇଥିବାରୁ ଏହି ଘଟଣା ପଛରେ ତାଲିବାନର ହାତ ଥିବା ନେଇ ଅନୁମାନ କରାଯାଉଛି। ମାତ୍ରା ଏହାର ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ-ହାରିସଙ୍କ ଭୋଟ ସମାନ ହୋଇଗଲେ କେମିତି ସ୍ଥିର ହେବ ବିଜେତା: ଜାଣନ୍ତୁ କ’ଣ ରହିଛି ନିୟମ

ଓ୍ବାଶିଂଟନ,୫।୧୧: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଚାଲିଛି। ଏହି ଦିନଟି ସମଗ୍ର ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ଦିନ ଧରି ଉଭୟ ରିପବ୍ଲିକାନ ପାର୍ଟି...

ଗର୍ଭପାତ ପ୍ରସଙ୍ଗକୁ ନେଇ ଭାରତୀୟ ଆମେରିକୀୟ ମହିଳା କାହକୁ ଦେବେ ଭୋଟ? ଚମକାଉଛି ସର୍ଭେ ରିପୋର୍ଟ

ଓ୍ବାଶିଂଟନ,୫।୧୧: ମଙ୍ଗଳବାର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି, ଏଥିରେ ଆମେରିକା ୪ବର୍ଷ ପାଇଁ ଏହାର ଭବିଷ୍ୟତ ବାଛିବ। ଆସନ୍ତା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଗର୍ଭପାତ...

ଭାରତ ଆଖି ଦେଖାଇବାରୁ ବାଟକୁ ଆସିଲା କାନାଡା, ପୋଲିସ ଅଫିସର ସସପେଣ୍ଡ

ଓଟାଓ୍ବା,୫।୧୧: ବ୍ରମ୍ପଟନରେ ହିନ୍ଦୁ ସଭା ମନ୍ଦିର ଉପରେ ଆକ୍ରମଣ ଏବଂ ହିନ୍ଦୁମାନଙ୍କୁ ପିଟିବା ମାମଲାରେ କାନାଡା ପୋଲିସ ପ୍ରଥମ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି...

ଖ୍ୟାତନାମା ମ୍ୟୁଜିସିଆନ୍‌ କୁଇନ୍ସି ଜୋନ୍ସଙ୍କ ପରଲୋକ

ଓ୍ବାଶିଂଟନ,୫ା୧୧: ଆମେରିକାର କିମ୍ବଦନ୍ତୀ ସଙ୍ଗୀତକାର, ପ୍ରଯୋଜକ ତଥା କମ୍ପୋଜର କୁଇନ୍ସି ଜୋନ୍ସଙ୍କର ରବିବାର ରାତିରେ ୯୧ ବର୍ଷ ବୟସରେ ଲସ୍‌ଆଞ୍ଜେଲସ୍‌ ବାସଭବନରେ ପରଲୋକ ହୋଇଯାଇଛି। ବହୁ ପ୍ରତିଭାର...

କାନାଡା ହିନ୍ଦୁ ମନ୍ଦିରରେ ଖଲିସ୍ତାନୀଙ୍କ ଆକ୍ରମଣ

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୫ା୧୧: କାନାଡାର ଓଣ୍ଟାରିଓ ଅନ୍ତର୍ଗତ ବ୍ରାମ୍ପ୍‌ଟନ୍‌ଠାରେ ଥିବା ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ରବିବାର ଆକ୍ରମଣ କରିଛନ୍ତି। ସେଠାରେ ଥିବା ହିନ୍ଦୁମାନଙ୍କୁ ମାଡ଼ ମରାଯାଇଛି। ଏପରିକି...

ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ

ଓ୍ବାଶିଂଟନ,୫ା୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚନ ଲାଗି ମଙ୍ଗଳବାର ମତଦାନ ହେବ। ଏଥିପାଇଁ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଲା ହାରିସ୍‌ଙ୍କ...

ଏୟାରଷ୍ଟ୍ରାଇକ୍‌ରେ ହେଜ୍‌ବୋଲ୍ଲା ଶୀର୍ଷ କମାଣ୍ଡର ଅବୁ ଅଳି ରିଡା ନିହତ

ତେଲ୍‌ ଆଭିଭ୍‌,୪ା୧୧:ଇସ୍ରାଏଲୀ ସେନାର ଏୟାରଷ୍ଟ୍ରାଇକ୍‌ରେ ହେଜ୍‌ବୋଲ୍ଲାର ଶୀର୍ଷ କମାଣ୍ଡର ଅବୁ ଅଲି ରିଡା ନିହତ ହୋଇଥିବା ଜେରୁଜେଲମ୍‌ କହିଛି। ଦକ୍ଷିଣ ଲେବାନନ୍‌ରେ ଇସ୍ରାଏଲୀ ସେନା ବିରୋଧରେ...

ଭାରତ ବିରୋଧରେ ଷଡଯନ୍ତ୍ର ରହୁଛି ଏହି ଛୋଟ ଦେଶ: ପାକିସ୍ତାନ-କାନାଡ଼ାଠାରୁ ବି ନେଲା ବଡ଼ ପଦକ୍ଷେପ

କାଠମାଣ୍ଡୁ,୪।୧୧: ନିକଟରେ ନେପାଳ ଏହାର ୧୦୦ ଟଙ୍କିଆ ନୋଟକୁ ପୁନଃଡିଜାଇନ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ନିଷ୍ପତ୍ତି ନେପାଳ ଏବଂ ଭାରତ ମଧ୍ୟରେ ତିକ୍ତତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri