ଆଫଗାନିସ୍ତାନରେ ବିସ୍ଫୋରଣ

କାନ୍ଧାର,୨୮।୯: ଦକ୍ଷିଣ ଆଫଗାନିସ୍ତାନର କାନ୍ଧାର ସହରରେ ଶନିବାର ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୧୫ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଶନିବାର ରାଷ୍ଟ୍ରପତି ନିର୍ବାଚନ ଚାଲୁଥିବା ସମୟରେ ସହରର ଏକ ମତଦାନ କେନ୍ଦ୍ରର ବାହାରେ ଏହି ବିସ୍ଫୋରଣ ଘଟିଥିଲା। ସହରର ମତଦାନ କେନ୍ଦ୍ରଗୁଡ଼ିକ କଡ଼ା ସୁରକ୍ଷା ବଳୟରେ ଥିବା ବେଳେ ଏଭଳି ଦୁର୍ଘଟଣା ଘଟିବା ପ୍ରଶାସନର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ପୂର୍ବରୁ ଲୋକଙ୍କୁ ମତଦାନ ନ କରିବା ପାଇଁ ତାଲିବାନ ପକ୍ଷରୁ ଧମକ ଦିଆଯାଇଥିବାରୁ ଏହି ଘଟଣା ପଛରେ ତାଲିବାନର ହାତ ଥିବା ନେଇ ଅନୁମାନ କରାଯାଉଛି। ମାତ୍ରା ଏହାର ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Share