ଆଫଗାନିସ୍ତାନରେ ଭୂକମ୍ପ, ଉତ୍ତର ଭାରତରେ ଝଟକା

ନୂଆଦିଲ୍ଲୀ,୨୧ା୧୨(ପି.ଟି.):ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ ସମେତ ଉତ୍ତର ଭାରତରେ ଶୁକ୍ରବାର ସନ୍ଧ୍ୟାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆଫଗାନିସ୍ତାନ ରାଜଧାନୀ କାବୁଲଠାରୁ ୨୪୬ କିଲୋମିଟର ଉତ୍ତରରେ ଅବସ୍ଥିତ ହିନ୍ଦୁକୁଶ ପର୍ବତମାଳା ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପ ତୀବ୍ରତା ୬.୩ ଥିଲା ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଭୂକମ୍ପ ଜନିତ କ୍ଷୟକ୍ଷତି ସମ୍ପର୍କରେ ଜଣାପଡିନାହିଁ।

Share