ଆଫଗାନିସ୍ତାନରେ ସଂଘର୍ଷ :ତାଲିବାନ କମାଣ୍ଡରଙ୍କ ସମେତ ୧୯ ନିହତ

ହେରାତ୍‌,୭ା୭(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନର ହେରାତ୍‌ ପ୍ରଦେଶରେ ଶନିବାର ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷରେ ତାଲିବାନ ମୁଖ୍ୟ କମାଣ୍ଡର ମୁଲ୍ଲା ଘୌସୁଦିନ୍‌ଙ୍କ ସମେତ ୧୦ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହିତ ୯ ଜଣ ସୁରକ୍ଷା ଯବାନ ମଧ୍ୟ ପ୍ରାଣ ହରାଇଥିବା ଜଣାପଡିଛି। ଘୌସୁଦିନ୍‌ଙ୍କ ନେତୃତ୍ୱରେ ଆତଙ୍କବାଦୀମାନେ ଶୁକ୍ରବାର ବିଳମ୍ବିତ ରାତିରେ କରାଖ ଜିଲାର ମାଲୁମା ଅଞ୍ଚଳରେ ଥିବା ସୁରକ୍ଷା ଚେକ୍‌ ପଏଣ୍ଟ ଉପରେ ଆକ୍ରମଣ କରିଥିଲେ। ଫଳରେ ସୁରକ୍ଷା କର୍ମୀଙ୍କ ସହ ସେମାନଙ୍କର ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ଏହି ସଂଘର୍ଷରେ ଅନ୍ୟ ୧୫ ଜଣ ଆତଙ୍କବାଦୀ ଓ ୬ ସୁରକ୍ଷା କର୍ମୀ ଆହତ ହୋଇଥିବା ପୋଲିସ ମୁଖ୍ୟ ଅମିନୁଲ୍ଲା ଓମାରଖିଲ୍‌ କହିଛନ୍ତି।

Share