ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ଶପଥ ନେଲେ ଘନି

କାବୁଲ,୯।୩: ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ଦ୍ୱିତୀୟଥର ଶପଥ ନେଇଛନ୍ତି ଅଶରଫ ଘନି। କାବୁଲରେ ଥିବା ରାଷ୍ଟ୍ରପତି ଭବନରେ ସୋମବାର ଘନି ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ କାନାଡା, ଅଷ୍ଟ୍ରେଲିଆ, ଜର୍ମାନୀ, ଡେନମାର୍କ, ନରଓ୍ବେ ଆଦିର ରାଷ୍ଟ୍ରଦୂତମାନେ ଯୋଗ ଦେଇଥିଲେ। ଗତ ଫେବୃୟାରୀରେ ଘନି ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିଥିବା ଘୋଷଣା କରାଯାଇଥିଲା।

Share