ଆଫଗାନିସ୍ତାନ ବିମାନ ଆକ୍ରମଣରେ ୯ ଆତଙ୍କବାଦୀ ମୃତ

ନଙ୍ଗାହାର,୧୪।୧୦: ଆଫଗାନିସ୍ତାନରେ ହୋଇଥିବା ବିମାନ ଆକ୍ରମଣରେ ତାଲିବାନ ଓ ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନର ୯ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖାମା ପ୍ରେସର ସୂଚନା ଅନୁଯାୟୀ ଏହି ବିମାନ ଆକ୍ରମଣ ଆଫଗାନିସ୍ତାନର ପୂର୍ବ ନଙ୍ଗାହାରରେ ହୋଇଥିଲା। ସୂଚନାଯୋଗ୍ୟ, ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରାୟ ୨ ଦଶନ୍ଧି ହେବ ଆଫଗାନିସ୍ତାନ ସରକାର ତାଲିବାନ ଆତଙ୍କବାଦୀଙ୍କ ସହ ଲଢେଇ କରି ଆସୁଥିବା ବେଳେ ଏହା ସମ୍ଭବ ହୋଇ ପାରୁନାହିଁ। ଆଉ ଏବେ ତାଲିବାନ ଆତଙ୍କବାଦୀଙ୍କ ସହ ହାତ ମିଳାଇଲେଣି ଆଇଏସ୍‌ ଆତଙ୍କବାଦୀ। ତେଣୁ ଏହାକୁ ଦେଖି ସେଠାରେ ପ୍ରାୟ ପ୍ରତିଦିନ ଆତଙ୍କବାଦୀଙ୍କ ମୃତ୍ୟୁ ହେଉଥିବା ଖବର ଆସୁଛି।

Share