ଆଫଗାନିସ୍ତାନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ତାଲିବାନ

କାବୁଲ,୧୯।୯: ଦକ୍ଷିଣ ଆଫଗିସ୍ତାନର ଜାବୁଲ ସହରରେ ଗୁରୁବାର ହୋଇଥିବା ବିସ୍ଫୋରଣରେ ଏବେ ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି। ଏହି ବିସ୍ଫୋରଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି। ସୂଚନାଯୋଗ୍ୟ, ଚଳିତ ମାସରେ ଆମେରିକା ସହ ଶାନ୍ତି କଥାବାର୍ତ୍ତାରେ ବିଫଳ ହେବା ପରଠାରୁ ତାଲିବାନ ଗୋଟିଏ ପରେ ଗୋଟିଏ ବସ୍ଫୋରଣ ଘଟାଇ ଚାଲିଥିବା ଦେଖାଯାଇଛି।

Share