ଆଫଗାନିସ୍ତାନ ବିସ୍ଫୋରଣ: ୨ ଶିଶୁ ମୃତ

କାବୁଲ,୧୫।୭: ଆଫଗାନିସ୍ତାନ ବାଲ୍‌ଖର ଉତ୍ତରରେ ସୋମବାର ହୋଇଥିବା ଏକ ବିସ୍ଫୋରଣରେ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସାହିନ କାର୍ପସ୍‌ର ପ୍ରବକ୍ତା ମହମ୍ମଦ ହନିଫ ରେଜାଇ ଏହି ସୂଚନା ଦେଇଛନ୍ତି। ରାସ୍ତାକଡରେ ଲାଗିଥିବା ବୋମା ବିସ୍ଫୋରଣ ଫଳରେ ଏପରି ଦୁର୍ଘଟଣା ଘଟିଥିବା ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ରବିବାର ଆତଙ୍କବାଦୀ ସଙ୍ଗଠନ ତାଲିବାନ ପକ୍ଷରୁ ଆଫଗାନିସ୍ତାନର ଗଜନୀ ଅଞ୍ଚଳରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା।

Share