ଆଫଗାନିସ୍ତାନ ରାଷ୍ଟ୍ରପତି କାର୍ଯ୍ୟାଳୟ ନିକଟରେ ବିସ୍ଫୋରଣ

କାବୁଲ୍‌,୮।୯: ଆଫଗାନିସ୍ତାନରେ ରାଷ୍ଟ୍ରପତି ଅଶରଫ୍‌ ଗନିଙ୍କ କାର୍ଯ୍ୟାଳୟ ନିକଟରେ ରବିବାର ବିସ୍ଫୋରଣ ଘଟିଛି। ନାନଗରହାର ପ୍ରଦେଶର ଜଲାଲାବାଦ୍‌ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିବା ସ୍ଥାନୀୟ ପ୍ରଶାସନ କହିଛି। ତେବେ ଗନି ନିଜ କାର୍ଯ୍ୟାଳୟରେ ନ ଥିବା କୁହାଯାଉଛି। ବିସ୍ଫୋରଣ ପରେ ଘଟଣାର ତଦନ୍ତ ଜାରି ରହିଛି। ଏହା ସହିତ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share