ଆଫଗାନିସ୍ତାନ ସଂଘର୍ଷରେ ଗୋଟିଏ ମାସରେ ୧୫ଶହ ନାଗରିକ ମୃତ

କାବୁଲ,୩।୮: ଆଫଗାନିସ୍ତାନ ସଂଘର୍ଷକୁ ନେଇ ଏବେ ଜାତିସଂଘ ଏକ ରିପୋର୍ଟ ପ୍ରକାଶ କରିଛି। ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଉକ୍ତ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ହୋଇଥିବା ସଂଘର୍ଷରେ ଗୋଟିଏ ମାସରେ ପାଖାପାଖି ୧୫ଶହ ନାଗରିକଙ୍କ ମୃତ୍ୟୁ ହେଲାଣି। ତେବେ ଜୁଲାଇ ମାସରେ ହୋଇଥିବା ଏହି ମୃତ୍ୟୁ ସଂଖ୍ୟାକୁ ଦେଖିଲେ ୨୦୧୭ ପରେ ଏହା ସବୁଠାରୁ ଅଧିକ ବୋଲି କୁହାଯାଉଛି। ଟୋଲୋ ନ୍ୟୁଜର ସୂଚନା ଅନୁଯାୟୀ, ୨୦୧୯ରେ ଗୋଟିଏ ମାସରେ ଏତେ ସଂଖ୍ୟକ ନାଗରିକଙ୍କ ମୃତ୍ୟୁ ସବୁଠାରୁ ଅଧିକ। ସୂଚନାଯୋଗ୍ୟ, ଏବେ ଆଫଗାନିସ୍ତାନରୁ ଆମେରିକା ପ୍ରାୟ ୫ ହଜାର ସେନାଙ୍କୁ ଫେରାଇ ନେବାକୁ ଚାହୁଁଛି। ଅନ୍ୟପଟେ ଆଫଗାନିସ୍ତାନରେ ଥିବା ଜାତିସଂଘର ସ୍ବତନ୍ତ୍ର ପ୍ରତିନିଧି କହିଛନ୍ତି ଆଫଗାନିସ୍ତାନରେ ଶାନ୍ତି ଫେରିବାର ସମୟ ଆସିଗଲାଣି ହେଲେ ଏବେ ଯେଉଁ ପରିସ୍ଥିତି ଅଛି ତାହା ସଂଘର୍ଷର ସୀମା ଟପିଛି।

Share