ଆଫଗାନିସ୍ତାନ ସୈନ୍ୟଙ୍କ କବଜାରେ ଓ୍ବାରଦୋଜ୍‌ ଜିଲା: ଶହେ ତାଲିବାନ୍‌ ଆତଙ୍କବାଦୀ ନିହତ

କାବୁଲ୍‌,୭।୯: ଆଫଗାନିସ୍ତାନ ସୈନ୍ୟ ବାହିନୀ ଉତ୍ତର-ପୂର୍ବ ଅଞ୍ଚଳରେ ଥିବା ଓ୍ବାରଦୋଜ୍‌ ଜିଲାକୁ ନିଜ କବଜାକୁ ନେଇଛନ୍ତି। ଏହି ଘଟଣାରେ ଶହେ ତାଲିବାନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ସୈନ୍ୟ ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଦୀର୍ଘ ସମୟ ଧରି ଲଢ଼େଇ ଜାରି ରହିଥିଲା। ଏଥିରେ ସ୍ଥାନୀୟ ତାଲିବାନ୍‌ ମୁଖ୍ୟ କ୍ୱାରି ହାଫିଜ୍‌ଙ୍କ ମୃତ୍ୟୁ ଘଟିଥିବା ଆଫଗାନିସ୍ତାନ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share