ଆଫଗାନୀସ୍ତାନରେ ସର୍ଚ୍ଚ ଅପରେଶନ୍‌ ଜୋର୍‌ଦାର୍‌: ୧୦ ତାଲିବାନ୍‌ ଆତଙ୍କବାଦୀ ନିହତ

କାବୁଲ,୨୮।୫: ଆଫଗାନୀସ୍ତାନରେ ଆତଙ୍କବାଦୀ ବିରୋଧୀ ସର୍ଚ୍ଚ ଅପରେଶନ୍‌କୁ ଜୋର୍‌ଦାର୍‌ କରାଯାଇଛି। ସ୍ଥାନୀୟ ଫରୟାବ ଅନ୍ତର୍ଗତ ଖ୍ବାଜା ସାବ୍‌ ପୋଶ୍‌ ଜିଲାରେ ସୈନ୍ୟ ବାହିନୀର ଏକ ଅପରେଶନ୍‌ରେ ୧୦ ତାଲିବାନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ତାଲିବାନ ଗଭର୍ନର ଥିବା କୁହାଯାଉଛି। ଏନେଇ ୨୦୯ ଶାହିନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ପୂର୍ବରୁ ଫେବୃୟାରୀରେ ସୈନ୍ୟ ବାହିନୀ ପକ୍ଷରୁ କରାଯାଇଥିବା ଏକ ସର୍ଚ୍ଚ ଅପରେଶନ୍‌ରେ ୨୦ ତାଲିବାନ୍‌ ଆତଙ୍କବାଦୀ ନିହତ ହୋଇଥିଲେ।

Share