ଆଫଗାନୀସ୍ତାନ ବାୟୁସେନାର ଏୟାର ଷ୍ଟ୍ରାଇକ୍‌: ୨୩ ତାଲିବାନ ଆତଙ୍କବାଦୀ ନିହତ

କାବୁଲ,୨୧।୯: ଆଫଗାନୀସ୍ତାନ ବାୟୁସେନା ପକ୍ଷରୁ ତାଲିବାନ ଆତଙ୍କବାଦୀଙ୍କ ଶିବିର ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୨୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। କାନ୍ଧାହାର, ଘଜନୀ, ବାଦଘିସ୍‌ ପ୍ରଦେଶରେ ଥିବା ତାଲିବାନ ଶିବିର ଉପରେ ଆଫଗାନୀସ୍ତାନ ବାୟୁସେନା ବୋମାମାଡ଼ କରିଛି। କାନ୍ଧାହାରରେ ୧୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ଘଜନୀ ପ୍ରଦେଶର ଅଣ୍ଡାର ଜିଲାରେ ହୋଇଥିବା ଏୟାର ଷ୍ଟାଇକ୍‌ରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେହିପରି ବାଦଘିସ୍‌ ପ୍ରଦେଶର ବାଲା ମୁରଘାବ୍‌ ଜିଲାରେ ହୋଇଥିବା ବାୟୁସେନା ଆକ୍ରମଣରେ ୧୦ ତାଲିବାନ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ଆଫଗାନୀସ୍ତାନ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।

Share