ଆଫଗାନ ସେନା ଆକ୍ରମଣରେ ୧୬ ଆତଙ୍କବାଦୀ ନିହତ

କାବୁଲ,୧୯।୧୦: ଗତ ୨୪ ଘଣ୍ଟା ମଧ୍ୟରେ ଆଫଗାନିସ୍ତାନ ସେନାର ଅପରେଶନ ସମୟରେ ୧୬ ତାଲିବାନ ଓ ଆଇଏସ୍‌ ଆତଙ୍କବାଦୀ ନିହତ ହୋଇଥିବା ଶନିବାର ସୂଚନା ମିଳିଛି। ଖାମା ପ୍ରେସର ସୂଚନା ଅନୁଯାୟୀ ଏହି ଅପରେଶନ ସମୟରେ ଆଫଗାନ ସ୍ପେଶାଲ ଫୋର୍ସ ୮ ତାଲିବାନ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ନଙ୍ଗାହର, ଓ୍ବାର୍ଦକ ଓ କାନ୍ଦାହାର ଅଞ୍ଚଳରେ କରାଯାଇଥିବା ଏହି ଅପରେଶନରେ ଆତଙ୍କବାଦୀଙ୍କ ନିକଟରୁ ବହୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି ଆଫଗାନ ସେନା।

Share