Categories: ଖେଳ

ଆଫ୍ରିଦିଙ୍କ ଘରକୁ ଆସିଲେ ପଞ୍ଚମ କନ୍ୟା ସନ୍ତାନ

ଇସଲାମାବାଦ,୧୫।୨: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ୍‌ ଆଫ୍ରିଦିଙ୍କ ଘରକୁ ଜଣେ ନୂଆ ଅତିଥି ଆସିଛନ୍ତି। ନିକଟରେ ଆଫ୍ରିଦି ପଞ୍ଚମ ଥର ପାଇଁ କନ୍ୟା ସନ୍ତାନର ପିତା ହୋଇଛନ୍ତି। ଏହା ପୂର୍ବରୁ ଆଫ୍ରିଦିଙ୍କର ୪ କନ୍ୟାରତ୍ନ ଅଛନ୍ତି। ଆଫ୍ରିଦି ସୋସିଆଲ୍‌ ମିଡ଼ିଆରେ ନବଜାତ ଶିଶୁକନ୍ୟାଙ୍କ ଫଟୋ ଶେୟାର କରିବା ସହିତ ତାଙ୍କ ପ୍ରତି ଇଶ୍ୱରଙ୍କ ଅସୀମା କୃପା ଥିବା ଟୁଇଟ୍‌ କରି ପ୍ରକାଶ କରିଛନ୍ତି। ଫଟୋରେ ଆଫ୍ରିଦି ଶିଶୁକନ୍ୟାଙ୍କୁ ଧରିଥିବାବେଳେ ତାଙ୍କ ସହିତ ସ୍ତ୍ରୀ ନାଦିଆ ଆଫ୍ରିଦି ରହିଛନ୍ତି। ଏହା ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share