ଆବଣ୍ଟନ ହେବ କୃଷକ ବଜାର ଦୋକାନ ଗୃହ: ଦିଆଯିବ ୫୬ ଦୋକାନ, ୩ ଗୋଦାମ

ଢେଙ୍କାନାଳ ଅଫିସ, ୧୮।୮: ଢେଙ୍କାନାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସ୍ଥାନୀୟ କୈବଲ୍ୟ ବଜାରରେ ୮୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କୃଷକ ବଜାର ଦୋକାନ ଘର ଆବଣ୍ଟନ କରାଯିବ। ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଶନିବାର ଜିଲା କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏକାଧିକ ପ୍ରସ୍ତାବ ପାରିତ ହୋଇଛି।
ନିର୍ମାଣ ହୋଇଥିବା ୫୬ ଦୋକାନ ଏବଂ ୫ କ୍ଷୁଦ୍ର ଗୋଦାମ ଘର ବଣ୍ଟନ କରାଯିବ। ୨ଟି ଗୋଦାମ ଘରକୁ ଶୀତତାପ ନିୟନ୍ତ୍ରିତ କରିବା ପାଇଁ ନିୟନ୍ତ୍ରିତ ବଜାର କମିଟି ହାତରେ ରଖାଯିବ। ଅବଶିଷ୍ଟ ୩ ଗୋଦାମ ଘର ଏବଂ ୫୬ ଦୋକାନ ଘର ଆବଣ୍ଟିତ ହେବ। କୃଷକ ବଜାର ନିର୍ମାଣ ସମୟରେ ପୌରସଂସ୍ଥା ପକ୍ଷରୁ ୩୩ ଜଣ ଅସ୍ଥାୟୀ ଦୋକାନୀଙ୍କୁ ଭେଣ୍ଡିଂ ଜୋନ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୩ ଗୋଦାମ ଘର ସହିତ ୩୩ ଦୋକାନ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଉକ୍ତ ଦୋକାନୀମାନେ ଦୋକାନ ଘର ପାଇବା ପାଇଁ ୧୫ ଦିନ ମଧ୍ୟରେ ନିୟନ୍ତ୍ରିତ ବଜାର କମିଟିକୁ ଦରଖାସ୍ତ କରିବେ। ସେମାନେ କେଉଁ ସାମଗ୍ରୀ ବିକ୍ରି କରିବେ ତାହାକୁ ଦରଖାସ୍ତରେ ଉଲ୍ଲେଖ କରିବାକୁ ପଡ଼ିବ। ଦରଖାସ୍ତ ହସ୍ତଗତ ହେବାପରେ ତଦନୁଯାୟୀ ଦୋକାନ ଘର ଆବଣ୍ଟନ କରାଯିବ।
କୃଷକ ବଜାର ନିର୍ମାଣ ପୂର୍ବରୁ ଉକ୍ତ ସ୍ଥାନରେ ୧୦୩ ଚାଷୀ ଏବଂ କ୍ଷୁଦ୍ର ବ୍ୟବସାୟୀ ଖୋଲା ଆକାଶ ତଳେ ବସୁଥିଲେ। ଉପଜିଲାପାଳଙ୍କ ନେତୃତ୍ୱରେ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଅବଶିଷ୍ଟ ୨୬ ଦୋକାନ ସମ୍ପୃକ୍ତ ଚାଷୀ ଏବଂ ବ୍ୟବସାୟୀଙ୍କୁ ଲଟେରି ମାଧ୍ୟମରେ ପ୍ରଦାନ କରାଯିବ। ଆସନ୍ତା ୧୫ଦିନ ମଧ୍ୟରେ ସେମାନେ ସ୍ବୀକୃତିପତ୍ର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟରେ ଦାଖଲ କରିବେ। ପ୍ରତି ଦୋକାନ ପାଇଁ ମାସିକ ଭଡ଼ା ୬୦୦ ଟଙ୍କା ରଖାଯାଇଛି। ଅମାନତ ବାବଦକୁ ୨୦ହଜାର ଟଙ୍କା ଦେବାକୁ ପଡ଼ିବ। ସେହିପରି ଛୋଟ ଗୋଦାମ ଘର ପାଇଁ ମାସିକ ୨୦୦୦ ଟଙ୍କା ଭଡ଼ା ରଖାଯାଇଥିବା ବେଳେ ଅମାନତ ରାଶି ବାବଦକୁ ୫୦ହଜାର ଟଙ୍କା ଦେବାକୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଦୋକାନଘର ପାଇବାରୁ ବଞ୍ଚତ୍ତ ଚାଷୀ, ବ୍ୟବସାୟୀ ପୌରସଂସ୍ଥା ଭେଣ୍ଡିଂ ଜୋନ୍‌ ଏବଂ କୃଷକ ବଜାର ମଧ୍ୟରେ ଥିବା ଖୋଲା ପିଣ୍ଡିରେ ବସି ବ୍ୟବସାୟ କରିପାରିବେ।
ଚାଷୀଙ୍କ ପାଇଁ ନିର୍ମିତ କ୍ୟାଣ୍ଟିନରେ ଉଚିତ ମୂଲ୍ୟରେ ଖାଦ୍ୟ ମିଳିବ। ପୌରସଂସ୍ଥା ଦ୍ୱାରା ନିର୍ମିତ ଶୌଚାଳୟ ନିୟନ୍ତ୍ରିତ ବଜାର କମିଟିକୁ ହସ୍ତାନ୍ତର କରାଯିବ। ଏହାର ରକ୍ଷଣାବେକ୍ଷଣ ନିୟନ୍ତ୍ରିତ ବଜାର କମିଟି କରିବ। ଚିହ୍ନଟ ହୋଇଥିବା ପାର୍କିଂ ଅଞ୍ଚଳକୁ କେବଳ ଛୋଟ ଯାନବାହାନ ରଖିବା ପାଇଁ ବ୍ୟବହାର କରାଯିବ। କୃଷକ ବଜାର ପଛ ପାଖରେ ନିର୍ମିତ ୨୫ଫୁଟ ଓସାର ରାସ୍ତା କିମ୍ବା ପୂର୍ତ୍ତ ବିଭାଗ ରାସ୍ତାରେ କେହି ବସି ବ୍ୟବସାୟ କରିପାରିବେ ନାହିଁ ବୋଲି ଜିଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ନିରଞ୍ଜନ ସେଠ୍‌, ସଭ୍ୟ ଦିଲୀପ ରଥ, ଅନିଲ ନନ୍ଦ, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, କୈବଲ୍ୟ ବଜାର କମିଟି ସଦସ୍ୟ ମଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri