ଆବଦ୍ଧାଞ୍ଚଳରେ କଟକଣା ମାନୁନାହାନ୍ତି: ବାଡବସା ପାଇଁ ହାତାହାତି

ଖଇରା,୧୦।୫(ଡି.ଏନ.ଏ)-ବାଲେଶ୍ୱର ଜିଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ବୁଧବାର ଠାରୁ ବାରିଙ୍ଗିଆ ସମେତ ତତ୍‌ ସଂଲଗ୍ନ ମହିଁସାମୁଣ୍ଟା, ଚକାପଦାକୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। କିନ୍ତୁ ଏହାକୁ ଲୋକେ ମାନୁ ନାହାନ୍ତି। କେହି ଘରୁ ନ ବାହାରିବାକୁ କଟକଣା ମଧ୍ୟ ଲାଗୁ କରାଯାଇଛି । ହେଲେ ମହିସାମୁଣ୍ଡା ଗ୍ରାମରେ ବାଡ ବସାଇବାକୁ ନେଇ ୩ପରିବାର ମଧ୍ୟରେ ଗୋଷ୍ଠୀଗତ ଭାବେ ମାରପିଟ ଭିଡିଓ ଭାଇରାଲ ହେବା ଘଟଣା ଚର୍ଚ୍ଚାର ପରିସରକୁ ଆସିଛି ା ଗ୍ରାମରେ ଭୟର ବାତାବରଣ ଚାଲିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ହୋଇ ମାରପିଟରେ ସାମିଲ ହେବାରେ ପ୍ରଶାସନର ଏଭଳି କଟକଣା ପ୍ରହସନ ପାଲଟିଛି ା