ଆବଦ୍ଧାଞ୍ଚଳରେ ଦିଆଗଲା ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ

ଖଇରା,୯।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ପଞ୍ଚାୟତର କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମରୁ ଜଣେ କଲିକତା ଫେରନ୍ତା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବାରିଙ୍ଗିଆ ସମେତ ଚକାପଦା, ମହିଁସାମୁଣ୍ଡା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଗ୍ରାମବାସୀଙ୍କ ଘରୁ ବାହାରିବା ଉପରେ କଟକଣା ଲଗାଯାଇଛି ା ଖଇରା ବ୍ଲକ ବିପ୍ପଣି ନିରୀକ୍ଷକ ନିରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିବାରଗୁଡିକୁ ନିତ୍ୟ ଅତ୍ୟାବଶ୍ୟକ ଜିନିଷ ଯୋଗାଯିବା କାର୍ଯ୍ୟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ୨ଟି ଗାଡିରେ କ୍ଷୀର ଓ ଖାଉଟି ସାମଗ୍ରୀ ଯୋଗାଯିବାର ବ୍ୟବସ୍ଥା ହୋଇଛି ା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ବଣ୍ଟନ ପ୍ରକ୍ରିୟା ଯାଞ୍ଚ କରୁଥିବା ବେଳେ କରୁଣ୍ଟା ପଞ୍ଚାୟତର ଗ୍ରାମ ରୋଜଗାର ସେବକ ପ୍ରକାଶ କୁମାର ବେହେରା, ଶ୍ୟାମସୁନ୍ଦରପୁର ଜିଆରଏସ୍‌ ରାଜକିଶୋର ପଣ୍ଡା ନିର୍ବାହୀଅଧିକାରୀ ହେମନ୍ତ କୁମାର ସାମଲ, ବ୍ୟବସାୟୀ କମଳାକାନ୍ତ ଗିରି, ଦୟାନିଧି ବେହେରା, ମଧୁସୂଦନ ବେହେରା ଏଥିରେ ସହଯୋଗ କରୁଛନ୍ତି।