ଆବଦ୍ଧାଞ୍ଚଳରେ ଭ୍ରାମ୍ୟମାଣ ଏଟିଏମ୍‌ ସେବା

ବାଲେଶ୍ୱର ଅଫିସ, ୨୮।୪-ବାଲେଶ୍ୱର ସହରର ନେଳିଆବାଗ ଅଞ୍ଚଳରେ ଗତ ୧୮ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ଜିଲା ପ୍ରଶାସନ ପକ୍ଷରୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଉକ୍ତ ସଂକ୍ରମିତଙ୍କ ସଂସ୍ପର୍ଶରେ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଏହାକୁ ନଜରରେ ରଖି ଆସନ୍ତା ମେ’ ୨ ତାରିଖ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ଆବଦ୍ଧାଞ୍ଚଳ ଜାରି ରହିଛି। ଉକ୍ତ ଅଞ୍ଚଳରେ ପ୍ରାୟ ୧ହଜାର ପରିବାର ଲୋକଙ୍କ ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ପରିବା, କ୍ଷୀର, ଔଷଧ, ମାଛ, ମାଂସ, ଗ୍ରସେରୀ ଓ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଯାଉଛି। ମଙ୍ଗଳବାର ଅପରାହ୍ନ ସମୟରେ ଆକ୍ସିସ ବ୍ୟାଙ୍କର ଏକ ମୋବାଇଲ୍‌ ଏଟିଏମ୍‌ ସେବା ସାମାଜିକ ଦୂରତା ଏବଂ ସାନିଟାଇଜର ବ୍ୟବହାର କରାଯାଇ ଯୋଗାଇ ଦିଆଯାଇଛି। ଏହି ସେବା ଦ୍ୱାରା ଲୋକମାନେ ଏଟିଏମ୍‌ରୁ ଟଙ୍କା ଉଠାଇଥିଲେ। କାର୍ଯ୍ୟକ୍ରମରେ ପୌରାଞ୍ଚଳ ଅଧିକାରୀ ପ୍ରଣୟ ଜେନା, ଆକ୍ସିସ୍‌ ବ୍ୟାଙ୍କର ଏଲ୍‌ଡିଏମ୍‌ ସୁଦୀପ ଡାକୁଆ, ବ୍ରାଞ୍ଚ ମ୍ୟାନେଜର ଉପଗୁପ୍ତା ମିଶ୍ର, ମ୍ୟାନେଜର ବିରଞ୍ଚତ୍ ନାୟକ ଓ ବିକାଶ ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ସେବାରେ ସହଯୋଗ କରିଥିଲେ।

୬-ବାଲେଶ୍ୱର-ମଙ୍ଗଳବାର-
ଭ୍ରାମ୍ୟମାଣ ଏଟିଏମ୍‌ ସେବା।