ଆବର୍ଜନା ପରିଚାଳନା ପ୍ରକଳ୍ପ ନିର୍ମାଣକୁ ବିରୋଧ: ଘଟଣାସ୍ଥଳରେ ଉତ୍ତେଜନା

କେନ୍ଦୁଝର,୩।୨(ସ୍ବ.ପ୍ର.) : କେନ୍ଦୁଝର ପୋରାଞ୍ଚଳ ଅଧିନସ୍ଥ କୃଷକ ବଜାର ନିକଟରେ ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପ ନିିର୍ମାଣ ନେଇ ବିରୋଧ ଜୋରଦାର ହୋଇଛି। ସୋମବାର ପ୍ରକଳ୍ପ ନିିର୍ମାଣ ପାଇଁ ଜାଗା ଚିହ୍ନଟ କରିବାକୁ ଆସିଥିବା ପୌରପାଳିକା ଅଧିକାରୀ ଓ କର୍ମଚାରୀଙ୍କୁ ଶତାଧିକ ମହିଳା ପୁରୁଷ ପ୍ରତିବାଦ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସ୍ଥାନରେ କଲ୍ୟାଣମଣ୍ଡପ ପାଇଁ ଶୁଭ ଦିଆଯାଇଥିବାରୁ ମଣ୍ଡପ ନିିର୍ମାଣ ଦାବି କରିଥିଲେ। ସେହିପରି ପ୍ରକଳ୍ପ ହେଲେ କୃଷକ ବଜାର ପ୍ରଭାବିତ ହେବ ଏବଂ ରୋଗବ୍ୟାଧି ବ୍ୟାପିବା ଆଶଙ୍କା କରି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଛନ୍ତି। ପୌରପାଳିକା ନିିର୍ବାହୀ ଅଧିକାରୀ ନିରଞ୍ଜନ ଜେନା, ଟାଉନ ଥାନାଧିକାରୀ ସୋମନାଥ ଜେନାଙ୍କ ସମେତ ପୋଲିସ ଅଧିକାରୀ, ପୌରପାଳିକା କର୍ମଚାରୀ ଉପସ୍ଥିତ ରହି ବୁଝାଶୁଝା କରୁଛନ୍ତି। ଘଟଣାସ୍ଥଳରେ ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି।