Categories: ଜାତୀୟ

ଆବଶ୍ୟକ ପଡ଼ିଲେ ସ୍ଥିତି ଅନୁଧ୍ୟାନ ଲାଗି ଜମ୍ମୁ-କଶ୍ମୀର ଯିବି: ଗୋଗୋଇ

ନୂଆଦିଲ୍ଲୀ,୧୬।୯: ଜମ୍ମୁ-କଶ୍ମୀରର ସ୍ଥିତି କିପରି ରହିଛି ସେ ନେଇ ସ୍ଥାନୀୟ ହାଇକୋର୍ଟକୁ ସୂଚନା ଦେବାକୁ ସୁପ୍ରିମ୍‌କୋର୍ଟ ପକ୍ଷରୁ କୁହାଯାଇଛି। ସେଠାରେ ୧୦ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କୁ ଜେଲ୍‌ ପଠାଯାଉଥିବା ଏକ ଆବେଦନର ବିଚାର କରି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ହାଇକୋର୍ଟରୁ ରିପୋର୍ଟ ତଲବ କରିଛନ୍ତି। ଯଦି ସାଧାରଣ ଜନତାଙ୍କୁ ହାଇକୋର୍ଟରୁ ନିରାଶ ହେବାକୁ ପଡୁଛି ତେବେ ଏହା ଏକ ଗୁରୁତର ସମସ୍ୟା। ଏନେଇ ଆବଶ୍ୟକ ପଡ଼ିଲେ ସ୍ଥିତି ଅନୁଧ୍ୟାନ ଲାଗି ଗୋଗୋଇ ଜମ୍ମୁ-କଶ୍ମୀର ଯିବେ ବୋଲି କହିଛନ୍ତି।

Share