Categories: ଜାତୀୟ

ଆବଶ୍ୟକ ସଦସ୍ୟ ନ ଥାଇ ବି ସରକାରଙ୍କୁ ଜଗିବେ ସୋନିଆ: ସଂସଦୀୟ ଦଳ ନେତ୍ରୀ ନିର୍ବାଚିତ

ନୂଆଦିଲ୍ଲୀ,୧।୬: କଂଗ୍ରେସର ସଂସଦୀୟ ଦଳ ନେତ୍ରୀ ଭାବେ ପୁଣି ଥରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିର୍ବାଚିତ ହୋଇଛନ୍ତି। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ଶନିବାର ପୂର୍ବାହ୍ନରେ ବସିଥିବା ବୈଠକରେ କଂଗ୍ରେସ ସଦସ୍ୟ ଯୋଗଦେଇ ସୋନିଆଙ୍କ ହାତରେ ପୁଣିଥରେ ସରକାରଙ୍କୁ ଜଗିବା ଦାୟିତ୍ୱ ଦେଇଛନ୍ତି। ସୂଚନାଯୋଗ୍ୟ, ସଂସଦରେ ବିପକ୍ଷ ଆସନରେ ବସିବା ପାଇଁ ୫୫ ଜଣ ସଦସ୍ୟଙ୍କ ଆବଶ୍ୟକତା ରହିଥିବାବେଳେ କଂଗ୍ରେସ ପାଖରେ ୫୨ ଜଣ ସଦସ୍ୟ ଅଛନ୍ତି। ତେବେ ଭାଜପା ପରେ କଂଗ୍ରେସ ଦ୍ୱିତୀୟ ବୃହତ୍ତମ ଦଳ ରହିଛି। ୨୦୧୪ରେ ମଧ୍ୟ କଂଗ୍ରେସ ପାଖରେ ୪୪ ସଦସ୍ୟ ଥିଲେ। ଆବଶ୍ୟକ ସଂଖ୍ୟାଠାରୁ ୧୧ କମ୍‌ ଥିଲେ ମଧ୍ୟ କଂଗ୍ରେସ ବିପକ୍ଷ ଆସନରେ ବସିଥିଲା।

Share