Categories: ବାଣିଜ୍ୟ

ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା ନେଇ ସରକାରଙ୍କ ଫୋକସ

ନୂଆଦିଲ୍ଲୀ୨୮। ୩: କୋଭିଡ-୧୯ ଲକଡାଉନ ଯୋଗୁଁ ଦେଶ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ରେଳ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଭିଡିଓ କନଫରେନ୍ସି ଦ୍ୱାରା ଭିତ୍ତିଭୂମି ଓ ଇ-କମର୍ସ କ୍ଷେତ୍ରର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଲୋକମାନଙ୍କ ନିକଟରେ ସହଜ ଓ ନିରାପଦ ଭାବେ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ସରକାର ଫୋକସ ରଖିଛନ୍ତି ବୋଲି ସେ ଶିଳ୍ପ ଜଗତର ପ୍ରତିନିଧିଙ୍କୁ ଗୋୟଲ ପ୍ରତିଶ୍ରୁତି ଦେଇଛନ୍ତି। ଏହି ବୈଠକରେ ସ୍ନାପଡିଲ, ସଫ୍ଟକ୍ଲୁଜ, ଫ୍ଲିପକାର୍ଟ, କୋକର୍ସ, ନେଟମେଡ, ଫାର୍ମଇଜି, ୱାନଏମଜ, ଉଡାନ, ଆମାଜନ ଇଣ୍ଡିଆ, ବିଗ୍‌ ବାସ୍କେଟ, ଜମାଟୋ ଏବଂ ବୃହତ ରିଟେଲର ମେଟ୍ରୋ କ୍ୟାସ ଏଣ୍ଡ କ୍ୟାରି, ବଲମାର୍ଟ, ଆରପିଜି, ଏକ୍ସପ୍ରେସ ଇଣ୍ଡଷ୍ଟ୍ରିକାଉନସିଲ, ଡେଲିଫେରି, ସେଫ ଏକ୍ସପ୍ରେସ, ପେଟିଏମ, ସ୍ବିଗି ଭଳି ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ ା ଆବଶ୍ୟକ ସାମଗ୍ରୀ ସୁଚାରୁରୂପେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ନିଶ୍ଚିତ କରିବା ପାଇଁ ଜିପିଆଇଆଇଟି ନିୟମିତ ଭାବେ ରିଟେଲର ଏବଂ ଇ-କମର୍ସ କମ୍ପାନୀମାନଙ୍କ ସହ ଯୋଗସୂତ୍ର ରକ୍ଷା କରିଛି। ଜିପିଆଇଆଇଟିର ପଦକ୍ଷେପ ଯୋଗଁୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟ ସରକାରଗୁଡିକୁ ଆବଶ୍ୟକ ସାମଗ୍ରୀର ଯୋଗାଣ କିପରି ଠିକ୍‌ ଭାବେ ପରିଚାଳିତ ହେବ, ସେଥିପାଇଁ ଏକ ଏସ୍‌ଓପି ବା ପରିଚାଳନାଗତ ମାନକ ନିର୍ଦ୍ଧାରଣ କରିଛନ୍ତି। ଏହି ବିଭାଗ ଦ୍ୱାରା ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇ ପରିବହନ ଓ ସାମଗ୍ରୀର ବିତରଣ, ପ୍ରସ୍ତୁତି ଓ ସାଧାରଣ ଲୋକମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଣ ନେଇ ଲକଡାଉନ ସମୟରେ ବିତରଣକାରୀମାନେ ସମ୍ମଖୀନ ହେଉଥିବା ଅଭାବ ଅସୁବିଧାର ମଧ୍ୟ ତଦାରଖ କରାଯାଉଛି। ଲକଡାଉନକୁ ଦୃଷ୍ଟିରେ ରଖି ଭାରତୀୟ ପେଟେଣ୍ଟ କାର୍ଯ୍ୟାଳୟ ବିଭିନ୍ନ ଆଇନ ଅଧିନର ଅବଧି ସୀମାକୁ ବଢ଼ାଇବା ସହ ତଥ୍ୟ ପ୍ରଦାନ ଓ ଦେୟ ପଇଠ ଇତ୍ୟାଦି ବିଷୟ ନେଇ କୋହଳ ମନୋଭାବ ଗ୍ରହଣ କରିଛନ୍ତିା ଏହା ପେଟେଣ୍ଟ ପାଇଁ ଆବେଦନକାରୀଙ୍କ ଦରଖାସ୍ତ ଦେବା ସମୟ ଓ ଟ୍ରେଡମାର୍କ ଇତ୍ୟାଦି ପାଇବା ନେଇ ଲକଡାଉନ ବେଳେ କୌଣସି ଅସୁବିଧା ସୃଷ୍ଟି କରିବ ନାହଁି ା

Share