Categories: କନ୍ଧମାଳ

ଆବାସ ଯୋଜନାରେ ଅଭିଯୋଗ ଘଟଣା: ମଜୁରି ବାବଦକୁ ହିତାଧିକାରୀଙ୍କୁ ମିଳିଲା ପ୍ରାପ୍ୟ

ଦାରିଙ୍ଗବାଡ଼ି,୨୯।୯(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତରେ ଆବାସ ଯୋଜନାରେ ହିତାଧିକାରୀଙ୍କୁ ପ୍ରାପ୍ୟ ଦିଆଯାଇ ନ ଥିବା ସ୍ଥାନୀୟ ବିଡିଓ ଏବଂ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ା ଏହା ଦଣ୍ଡିମାହା ଗ୍ରାମର ରୋଜୀ ପ୍ରଧାନ କରିଥିଲେ ା ଏନେଇ ପ୍ରଥମେ ଧରିତ୍ରୀରେ ଗତ ୧୦ ତାରିଖରେ ଖବର ପ୍ରକାଶିତ ହୋଇଥିଲା। ପରେ ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଥିଲା ା ତେବେ ରୋଜୀଙ୍କ ଉକ୍ତ ଘର ନିର୍ମାଣ ବେଳେ ଏମ୍‌ଜିଏନ୍‌ଆରଇଜିଏସ୍‌ ବାବଦକୁ ଯେଉଁ ୧୬ ହଜାର ୫ଶହ ଟଙ୍କା ମିଳ ନ ଥିବା ଜଣାପଡିଥିଲା ଉକ୍ତ ମଜୁରି ଅନ୍ୟ ଆକାଉଣ୍ଟକୁ ଯାଇଥିଲା। ଯେଉଁ ହିତାଧିକାରୀ କାମ କରି ନ ଥିଲେ ସେମାନଙ୍କ ଆକାଉଣ୍ଟକୁ ଉକ୍ତ ଟଙ୍କା ଯାଇଥିଲ। ସେମାନେ ଏହି ଟଙ୍କା ରୋଜୀଙ୍କ ଆକାଉଣ୍ଟକୁ ଫେରାଇ ଦେଇଥିବା ପ୍ରଶାସନକୁ ସେମାନେ ଜଣାଇଛନ୍ତି। ଏହି ଅଭିଯୋଗ ତତ୍କାଳୀନ ଗ୍ରାମରୋଜଗାର ସେବକ ବିଜୟ କୁମାର ସାହୁଙ୍କ ନାମରେ ରୋଜୀ କରିଥିଲେ। ସେ ସମୟରେ ବିଜୟଙ୍କର ଅନ୍ୟସ୍ଥାନକୁ ବଦଳି ହୋଇସାରିଥିଲା ା ରୋଜୀ ନିର୍ଦ୍ଦିଷ୍ଟ ଭାବେ ତାଙ୍କୁ ଏଥି ପାଇଁ ଦାୟୀ କରିବାକୁ ନେଇ ସାହୁ କହିଛନ୍ତି, ରୋଜୀ ତାଙ୍କଠାରୁ ଆବାସ ଯୋଜନାରେ ଘର କାର୍ଯ୍ୟପାଇଁ ସିମେଣ୍ଟ ନେଇଥିଲେ । ସେ ଉକ୍ତ ଅର୍ଥ ବିଲ୍‌ ହେବା ପରେ ଫେରେଇ ଦେବି ବୋଲି କହିଥିଲେ । କିନ୍ତୁ ବିଲ୍‌ ମିଳିବା ପରେ ସେ ମୋତେ ଫେରେଇ ନ ଥିଲେ । ଉକ୍ତ ଅର୍ଥ ମଗାଯିବାରୁ ସେ ମୋ ବିରୋଧରେ ମିଥ୍ୟା ଅଭିଯୋଗ ଜିଲା ପ୍ରଶାସନ ନିକଟରେ କରିଥିଲେ। ଏନେଇ ରୋଜୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ ତାଙ୍କର ଟଙ୍କା ଫେରି ପାଇଥିବା କହିଛନ୍ତି ା