ଆବାସ ଘର ସାତ୍‌ସପନ: ନଡ଼ାଛପର ଘରେ ବିତୁଛେ ଜୀବନ୍‌

ଅତାବିରା, ୧୯।୬ (ଡି.ଏନ.ଏ)- ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ନିଅଁାସିମାନକର ଲାଗି ଅବାସ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ସର୍ଭେରେ ଭୁଲଭଟକା, ଯୋଜନା କାଯ୍‌କାରୀ କରୁଥିବାର ଅଧ୍‌କାରୀ, କରମ୍‌ଚାରୀକର ଖାମଖିଆଲି ମନଭାବ ଲାଗି ଅନେକ ହକ୍‌ଦାର ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ୍‌ ହେଉଛନ୍‌। ଇଆଡ଼େ ହକ୍‌ଦାର ହିତାଧିକାରୀମାନେ ଦରକାରୀ କାଗଜପତର ଧରି ଇ ଅଫିସ ସେ ଅଫିସ ନରଦି ନରଦି ନିହାଲ ହେଇଯାଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଡାଲବ ପଁଚେତ୍‌ କନ୍ଧପଡ଼ାରେ।
ସୂଚନା ଅନ୍‌ସାରେ କନ୍ଧପଡ଼ାର ଅଲେଖ ଭୋଇ। ପରିବାର କହେଲେ ମାଏକିନା ଉର୍ମିଲା, ଝି’ ଯଶୋବନ୍ତୀ ଆର ଦୁଇ ପୁଓକୁ ନେଇ ତାକର ସୁଖର ସଁସାର। ପରିବାରଟା ନିହାତି ଗରିବ ହେଇଥିଲାବେଲେ ଗୁଟେ ନଡ଼ା ଛାଉନି ମାଏଟ୍‌ କୁରିଆରେ ରହୁଛନ୍‌। ସେ ସରକାରୀ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାକେ ଦାବି କରିଆସୁଥିଲେ ବି ଆଏଜ୍‌ତକ ଯୋଜନାର ସୁଫଲ ପାଏବାରୁ ବଁଚିତ ହେଇ ରହିଛନ୍‌। ଇ ବାବ୍‌ଦେ ଭେଡ଼େନ ବିଡିଓ ମୂରଲୀଧର ନାୟକକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ହିତାଧିକାରୀକୁଁ ଆବାସ ଯୋଜନାରେ ସାମିଲ କରବାର ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।