ଆବାସ ଦୁର୍ନୀତି ନେଇ ଭାଜପାର ଟାର୍ଗେଟ

ଭୁବନେଶ୍ୱର,୨୦-୧୧(ବ୍ୟୁରୋ):ମାହାଙ୍ଗା ଆବାସ କେଳାଙ୍କାରୀ କରିଥିବା ଜଣେ ଅଫିସର ବର୍ତ୍ତମାନ ମନ୍ତ୍ରୀଙ୍କ ଓଏସଡି ଭାବେ ଦାୟିତ୍ୱ ପାଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାଜପା କହିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ଉପସଭାପତି ସମୀର ମହାନ୍ତି କହିଛନ୍ତି, ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଆବାସ କେଳାଙ୍କାରୀ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନମୂଳକ କାମରେ ହୋଇଥିବା ଦୁର୍ନୀତିରେ ସମ୍ପୃକ୍ତ ବିଡିଓ ବର୍ତ୍ତମାନ ମନ୍ତ୍ରୀଙ୍କ ଓଏସଡିଭାବେ ନିଯୁକ୍ତି ପାଇଛନ୍ତି ତାଙ୍କ ବିରୋଧରେ ତୁରନ୍ତ କାର୍ଯାନୁଷ୍ଠାନ ନେବାକୁ ସମିର ମହାନ୍ତି ଦାବି କରିଛନ୍ତି। ଆବାସ କେଳାଙ୍କାରୀ ହୋଇଥିବା ମାହାଙ୍ଗାବାସୀ କହୁଥିବା ବେଳେ ସରକାରଙ୍କ ୫-ଟି କୁଆଡେ ଗଲା ବୋଲି ସମୀର ପ୍ରଶ୍ନ କରିଛନ୍ତି।

Share