ଆବାସ ନିର୍ମାଣ କାର୍ଯ୍ୟ ତଦାରଖ

ଭଣ୍ଡାରିପୋଖରୀ,୮।୨(ଡି.ଏନ.ଏ.): ଭଦ୍ରକ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ, ଭଣ୍ଡାରିପୋଖରୀ ବିଡିଓ ବନମାଳି ତରାଇ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ମିଶ୍ର ଶନିବାର ଭଣ୍ଡାରିପୋଖରୀ ବ୍ଲକ ଅଧୀନ ସାନଶାସନ ପଞ୍ଚାୟତର ବାହାଦୁଲନଗର, ବିମ୍ବଳବର ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି। ଏହି ଯୋଜନାରେ ପ୍ରଥମ କିସ୍ତି ପାଇଥିବା ହିତାଧିକାରୀଙ୍କୁ ଭେଟିବା ସହ ସେମାନେ ଗୃହ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ। ଉକ୍ତ ପଞ୍ଚାୟତର ୨୦ରୁ ୨୨ଟି ଘର ବୁଲି ଦେଖିଥିଲେ। କେତେଜଣ ହିତାଧିକାରୀ ୫ ମାସ ଧରି ଟଙ୍କା ନେଇ ଗୃହ କାର୍ଯ୍ୟ ଆରମ୍ଭ କରି ନ ଥିବାରୁ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସୂଚନା ଥାଉକି, ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୧୯-୨୦ ପର୍ଯ୍ୟନ୍ତ ହିତାଧିକାରୀ ଟଙ୍କା ନେଇ ମଧ୍ୟ ଗୃହ କାର୍ଯ୍ୟ ଆରମ୍ଭ କରିନାହାନ୍ତି। ପ୍ରକଳ୍ପ ନିର୍ଦ୍ଦେଶକ ବୁଲି ଦେଖିବା ପରେ ୭ ଦିନ ଭିତରେ ଗୃହ କାର୍ଯ୍ୟ ଆରମ୍ଭ କରିବାକୁ ହିତାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।