ଆବାସ ଯୋଜନାରୁ ଉପେକ୍ଷିତ ଅଭିଯୋଗ: ଦଦ୍‌ରା କୁରିଆରେ ବୁରୁଧ୍‌ ଦମ୍ପତି

ଲୋଇସିଂହା, ୭।୨ (ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ଯୋଗୀସର୍ଡ଼ା ଗଁାର ବୁରୁଧ୍‌ କୃଷ୍ଣଚନ୍ଦ୍ର ପଧାନକୁଁ ଆବାସ ଯୋଜନାରେ ସାମିଲ କରାଯଇଛେ। ହେଲେ ପଁଚେତ୍‌ କତୁରପକ୍ଷକଁର ଖାମ୍‌ଖିଆଲି ମନ୍‌ଭାବ ଲାଗି କୃଷ୍ଣଚନ୍ଦ୍ର କାର୍ଯ୍ୟାଦେଶ ନାଇଁ ପାଇପାରୁଥିବାର ଅଭିଯୋଗ କରିଛନ୍‌। ଏନ୍‌ତାଥି ବିପଦ୍‌ ମୁଢ଼େଇ ବୁରୁଧ୍‌ ଦମ୍ପତି ତାକର ଭଂଗା ଦଦ୍‌ରା କୁରିଆରେ ରହୁଛନ୍‌। ଇ ଘଟନାକେ ନେଇ ପାଖପଡ଼ିଶାକର ଭିତରେ ବି ଅସନ୍‌ତୋଷ ଭାବ ବଢ଼ତେଲ ଯାଉଛେ।
ସୂଚନା ଅନ୍‌ସାରେ ଯୋଗୀସର୍ଡ଼ା ପଁଚେତ୍‌ ସଦର ଗଁାର ବାଞ୍ଜିପଡ଼ାର କୃଷ୍ଣଚନ୍ଦ୍ର ପଧାନ(୭୯)ଆର ଯାଜ୍ଞସିନୀ ପଧାନ(୭୫)। ଇ ବୁରୁଧ୍‌ ଦମ୍ପତିକଁର ପିଲାଛୁଆ କିଛି ନାଇଁ। ଏନ୍‌ତାଥି ସେମାନେ ନିଜର ପୁରନାକାଲିଆ ଭଂଗା ଦଦ୍‌ରା ଘରେ ବଡ଼ା ଗୁଲ୍‌ଗୁଲାରେ ରହୁଛନ୍‌। ଦମ୍ପତିକେ ସରକାରକଁର ଖାଏଦ୍‌ ସୁରକ୍ଷା ଯୋଜନାରେ ୧୦ କେ.ଜି. ଚାଉଲ ଆର ୫ଶହ ଟଁକା ଲେଖଁା ଭତା ମିଲୁଛେ। ସେନ୍‌ତା ତାକର କହେବାର ହିସାବେ ୨ ବଛର ହେଲା ସରକାରକଁର ଆବାସ ଯୋଜନାରେ ସାମିଲ ହେଇଛନ୍‌। ତାଲିକାରେ ତାକର ତଲେ ଥିବାର ଲୋକ୍‌ ଘର ପାଏଲେନ। ହେଲେ ତାହାକୁ ଘର ନାଇଁ ମିଲବାର ବଲି ଇ ବୁରୁଧ୍‌ ଦମ୍ପତି ଅଭିଯୋଗ କରିଛନ୍‌। ଏନ୍‌ତାଥି ବୁଢ଼ାବୁଢ଼ୀ ବଡ଼ା ଗୁଲ୍‌ଗୁଲା ହେଇ ଗୁଟେ ଭଂଗା ଦଦ୍‌ରା ଘରେ ଜୀବନ୍‌କେ ପାଏନ୍‌ଛଡ଼େଇ ରହୁଛନ୍‌ ବଲି ତାକର ପଡ଼ିଶା ରଘୁମଣି ପଧାନ ଅଭିଯୋଗ କରିଛନ୍‌। ବୁରୁଧ୍‌ କୃଷ୍ଣଚନ୍ଦ୍ରକଁର କହେବାର ହିସାବେ ଅଧ୍‌କାରୀମାନେ ଘର ପରିଦରଶନରେ ଆଏଲେ ଘର ମିଲବା କହି ଭରସା ଦେଇ ଯାଉଛନ୍‌। ହେଲେ ସେ ଘର କେଭେ ନାଇଁ ମିଲବାର। ବରଷା ଦିନେ ବଡ଼ା ଗୁଲ୍‌ଗୁଲା ହେଇ ଦିନ୍‌ ବିତେଇଥିଲୁଁ, ଏହେଦେ ବି ଅଦିନିଅଁା ବରଷା ଲାଗି ରହିଛେ। ଘରଟା ଯେନ୍‌ ଅବସ୍‌ତାରେ ଅଛେ କେତେବେଲେ କେନ୍‌ପରକାର ଅଘଟନ ଘଟବା କିଛି କହି ନାଇଁହୁଏ ବଲି ସେ ମନ୍‌ଦୁଖ କରି କହିଥିଲେ। ଇ ବାବ୍‌ଦେ ବିଡିଓ ରାମଚନ୍ଦ୍ର ଖାଡ଼ିଆକୁଁ ପଚ୍‌ରାଲାରୁ ଏସ୍‌ସି/ଏସ୍‌ଟି ବରଗର ଲୁକ୍‌କୁ ପହେଲା ଘର ଦିଆଯାଉଛେ। ଯେହେତୁ ସେମାନେ ଓବିସି ବରଗର ସେଥିରଲାଗି ଟିକେ ଧରଯ୍‌ ରଖି ଟାକ୍‌ବାକେ ପଡ଼ବା ବଲି ସେ କହିଥିଲେ।

Share