ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ବିକାଶ

ବିନିକା,୨।୧ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଁଚେତ୍‌ ଅଧୀନ କଦଲିପାଲି ଗଁାର ସ୍ବର୍ଗତ ସୌରୀ ଭୁଏକଁର ପୁଓ ବିକାଶ ଭୁଏ(୧୮) ଜନ୍‌ମୁ ଦିବ୍ୟାଙ୍ଗ ଆନ୍‌। ସେ ଠିକ୍‌ରେ ଚାଲିବୁଲି, ଶୁନି ନାଇଁ ପାରବାର। ଆଏଁଖ୍‌କେ ବି ଅଲପ୍‌ ଦେଖାଯାଉଛେ। ଇଆଡ଼େ ପରିବାରଟା ଆଦିବାସୀ ସମାଜର ଆର ନିହାତି ଗରିବ୍‌। ଅଭାବ ଅନାଟନ ଲାଗି ପରିବାର ଲୋକ୍‌ ତାକର ଚିକିଛା ବି କରେଇ ନାଇଁପାରବାର।
ସୂଚନା ଅନ୍‌ସାରେ କଦଲିପାଲି ଗଁାର ବିଧବା ମହିଲା ପ୍ରେମଶୀଳା ଭୁଏକଁର ପରିବାର କହେଲେ ଦୁଇ ଝି’ ମୀନା, ରଶ୍ମିତା ଆର ଗୁଟେବଲି ପୁଓ ବିକାଶକେ ନେଇ ସଁସାର। ଆପ୍‌ନେ ସୌରୀ ଭୁଏ ଆଏଜ୍‌କେ ୬ ବଛର ତଲେ ଆରପାରକେ ଚାଲିଯାଇଛନ୍‌। ଏନ୍‌ତାଥି ଛୁଆପିଲାକର ବୋଝ୍‌ ପ୍ରେମଶୀଳାକଁର ଉପରେ ରହିଛେ। ସଁପତି କହିଲେ ବାପ୍‌ଅଜା ଅମଲରୁ ୬ ଏକର ଜମି ରହିଛେ। ହେଲେ ଆଏଜ୍‌ତକ ଭାଇ ଭାଗ ନାଇଁ ହେଇ। ଏନ୍‌ତା ପରିସ୍ଥିତିରେ ପ୍ରେମଶୀଳା ଦୁଖ୍‌ସୁଖ କରି ଝି’ପୁଓକୁଁ ପାଲୁଛନ୍‌। ହେଲେ ଅନେକ୍‌ ସମିଆରେ ଦିବ୍ୟାଙ୍ଗ ପୁଓର ଲାଗି ସେ କାମ୍‌ବୁତା କରି ନାଇଁପାରବାର। ତାକର ଦେଖ୍‌ଭାଲରେ ସମିଆ ଯାଉଛେ। ବିକାଶ ଜନ୍‌ମୁ ଦିବ୍ୟାଙ୍ଗ ହେଇଥିଲାବେଲେ ତାକର ପିଠିଆଡେ ଗୁଟେ ଆବୁ ରହିଛେ। ବିକାଶର ବଏସ୍‌ ବଢ଼ବାର ସଂଗେ ସେ ଆବୁ ବି ଦିନୁଦିନ୍‌କେ ବଢ଼ତେଲ ଯାଉଛେ। ସେନ୍‌ତା ସେ ଚାଲବୁଲ କି ଠିକ୍‌ସେ ଶୁନି ବି ନାଇଁପାରବାର। ଆଏଁଖ୍‌ ବି ଠିକ୍‌ସେ ନାଇଁ ଦିଶ୍‌ବାର, ଦିନୁଦିନ୍‌କେ ଶୁଖିଯାଉଛନ୍‌। ହେଲେ ଅଭାବ ଅନାଟନ ଲାଗି ପ୍ରେମଶୀଳା ପୁଓର ଚିକିଛା ବି କରେଇ ନାଇଁପାରବାର। ଇଆଡ଼େ ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ ୨୦ କେ.ଜି. ଚାଉଲ ମିଲୁଥିଲାବେଲେ ବିକାଶ ଆର ପ୍ରେମଶୀଳା ଭତା ପାଉଛନ୍‌। ହେଲେ ବିକାଶ ଗୁଟେ ଟ୍ରାଇସାଇକେଲ ଆର ଆବାସ ଯୋଜନାରୁ ବଁଚିତ୍‌ ଥିବାର ତାକର ମା’ ପ୍ରେମଶୀଳା ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକକୁଁ ପଚ୍‌ରାଲାରୁ ଦିବ୍ୟାଙ୍ଗ ବିକାଶକୁଁ କାହିଁ ଯେ ଟ୍ରାଇସାଇକେଲ ନାଇଁମିଲି ତାର ତଦଁତ୍‌ କରାଯିବା ଆର ସେ ଆବାସ ଯୋଜନାରେ କେନ୍‌ଥେଇ ସାମିଲ ହେଇପାରବେ ସେ ଦିଗେ ପଦକ୍ଷେପ ନିଆଯିବା ବଲି କହିଥିଲେ।