ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ଡିଲେଶ୍ୱରୀ

ସମ୍ବଲପୁର,୩ା୧୨(ବ୍ୟୁରୋ)- କେନ୍ଦ୍ର ସରକାର ଭିନେ ଭିନେ ସରକାରୀ ଯୋଜନାରେ ଦୁରନୀତି ବଁଦ୍‌ କରବାକେ ସାରାଦେଶରେ ଆଧାର କାର୍ଡ ଲାଗୁକରିଛନ୍‌। ସରକାରୀ ଯୋଜନାରେ ସେବା ପାଇବାର ଲାଗି ହେଲେ ଆଧାର କାର୍ଡ ନିହାତି ଜରୁରୀ କରାଯାଇଛେ। ହେଲେ ସରକାରୀ ଯୋଜନାରେ ଆଧାର କାର୍ଡ ଜରୁରୀ କଲାଦିନୁ ଅନେକ ହକ୍‌ଦାର ହିତାଧିକାରୀ ସରକାରୀ ଯୋଜନାରୁ ବାଦ୍‌ ପଡ଼ୁଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସମ୍ବଲପୁର ମହାନଗର ନିଗମ ବୁଢ଼ାରଜା ରାମଗଡ଼ ପଡ଼ାରେ।
ସୂଚନା ହିସାବେ ଯୁଯୁମୁରା ବ୍ଲକ ସେସୁଆତଲ ଗଁାର ମୂଲ ବାସିନ୍‌ଦା ପରମେଶ୍ୱର ସାହୁ। ସେ ପେଟ୍‌ପାଟନାର ଲାଗି କୁଟୁମବସିଆ ଆସି ସମ୍ବଲପୁର ବୁଢ଼ାରଜା ରାମଗଡ଼ ପଡ଼ାରେ ରହୁଛନ୍‌। ପରମେଶ୍ୱରକଁର ପରିବାର କହେଲେ ମାଏକିନା ଆରତି ଆର ଦିବ୍ୟାଙ୍ଗ ଝି’ ଡିଲେଶ୍ୱରୀ ସାହୁ(୧୪)। ସେ ଝନେ ମାନସିକ୍‌ ଆର ଶାରୀରିକ ଦିବ୍ୟାଙ୍ଗ ଆଏ। ମା’ବାପ୍‌ ଅନେକ ଥର ଚେଷ୍‌ଟା କଲା ଉତାରୁ ବି ତାକର ଆଧାର କାର୍ଡ ତିଆର ହେଇ ନାଇଁପାରବାର। ଘର ଖଁଡ଼େ ଆର ଚାଉଲ ୩୫ କେ.ଜି. ଲାଗି ପରଶାସନକେ ଯେତେ ଗୁହାରପାତ କଲେ ବି ଆଧାର କାର୍ଡ ନଁାଇଁନ ବଲି ଫିରେଇ ଦେଉଛନ୍‌। ଏହେଦେ ଆବାସ ଯୋଜନାରେ ଘର ଖେଁଡ଼େ ପାଏବାର ଲାଗି ଆଧାର କାର୍ଡ ବାଧକ ସାଜିଛେ ବଲି ଡିଲେଶ୍ୱରୀକଁର ମା’ ଆରତି ଜିଲାପାଳକଁର ଅଭିଯୋଗ ଶୁନାନିକେ ଆସିଥିଲାବେଲେ କହିଛନ୍‌। ସେ ଆହୁରି କହିଛନ୍‌ ଯେ ପିଲା ଦିନୁ ମୋର ଝି’ ଏନ୍‌ତା ହେଇ ରହିଛେ। ଯେତେ ଚିକିଛା କଲେ ବି ଭଲ ନାଇଁ ହେବାର। ଆମେ ଗରିବ୍‌ ଲୋକ ସେଥିରଲାଗି ଚଲବାରେ ବଡ଼ା ଅସ୍‌ବିଧା ହେଉଛେ। ଝି’କେ ୭ ଟଁକା ଭତା ଆର ୨୫ କେ.ଜି. ଚାଉଲ ମିଲୁଛେ। ହେଲେ ୩୫ କେ.ଜି. ଚାଉଲ ହେଲେ ଭଲ ହେତା। ମୋର ଆପ୍‌ନେ ପରମେଶ୍ୱର ଗୁଟେ ମୋଟର ଗ୍ୟାରେଜରେ କାମ୍‌ କରୁଛନ୍‌। ସେ ଯାହା ରୁଜଗାର କରୁଛନ୍‌ ସେଟା ପେଟ୍‌କେ ଅଁଟ୍‌ଲେ ଦିହିକେ ନାଇଁ। ମୋତେ ସବୁବେଲେ ଝି’ର ଦେଖ୍‌ଭାଲ, ସେବା ଯତନ କରବାକେ ପଡ଼ୁଛେ। ସେଥିରଲାଗି ମୁଇଁ ବାହାରକେ କାମ୍‌ବୁତା କରବାକେ ଯାଇ ନାଇଁପାରବାର। ଏହେଦେ ଆମେ ଗୁଟେ କୁରିଆ ଘରେ ରହୁଛୁଁ। ଆମର ପରିସ୍ଥିତି ଯାହା ଜୀବନ୍‌ରେ ଘର ଖଁଡ଼େ ତିଆରି ପାରମୁ କି ନାଇଁ କେଯାନେ। ସହରରେ ଆମର ନଁାରେ ଜମିବାଡ଼ି ନଁାଇଁନ। ହେଲେ ଗଁାରେ ଘରବାରି ଜମି ଖଁଡେ ଅଛେ। ସେଠାନେ ପ୍ରଧାନମନ୍ତ୍ରୀ ଆବାସ ହେଉ କି ବିଜୁ ପକ୍କାଘର ଯୋଜନାରେ ଘର ଖଁଡ଼େ ଦେବାକେ ଜିଲାପାଳକୁଁ ଗୁହାରି କରବାକେ ଆସିଥିଲୁଁ ବଲି ସେ କହିଛନ୍‌।