ପର୍ଲା, ୧୭।୧ (ଡି.ଏନ୍.ଏ)- ମୁଇଁ ଘର ଖଁଡ଼େ ଲାଗି ବଡ଼ା ଗୁଲ୍ଗୁଲା ହେଉଛେଁ। ବରଷା ମାସ୍ ସାରା ନାଇଁ ଶୁଇ, ପାଏନ୍ ଛେଦେଇ ଛେଦେଇ ରାଏତ୍ ସାରା ଉଜାଗର ରହିଛେଁ। କୁଟେ କାଁଥି ମାଡ଼ି ବସିଛେ। ଏନ୍ତାଥି ମୁଇଁ ବଡ଼ା ଗୁଲ୍ଗୁଲା ହେଇ ରହୁଛେଁ ଆଗିଆଁ। ଇ ମରମ ଭେଦ୍ଲା କଥା ପଦ୍ଦୁକ କହିଛନ୍ ଝନେ ନିସାହା ବୁରୁଧ୍ ବିଧବା ଦ୍ରୌପଦୀ ସମରଥ(୬୦)।
ସୂଚନା ଅନ୍ସାରେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ପଁଚେତ୍ ରଇନଗୁଡ଼ା ଗାଁ ର ନିସାହା ବିଧବା ମହିଲା ଦ୍ରୌପଦୀ ସମରଥ। ପରିବାର କହେଲେ ୨ ଝି’ ଆର ୪ ପୁଓକୁ ନେଇ ସଁସାର। ଆପ୍ନେ କାଶୀ ସମରଥ ଅନେକ ବଛର ହେଲା ଆରପାରକେ ଚାଲିଯାଇଛନ୍। ୨ ଝି’ ଆର ୩ ପୁଓ ବିହାଚୁରା ହେଇ ଅଲ୍ଗେ ରହୁଥିଲାବେଲେ ସାନ୍ ପୁଓର ସଂଗେ ଦ୍ରୌପଦୀ ରହୁଛନ୍। ପରିବାରଟା ନିହାତି ଗରିବ୍, ଅଭାବ ଅନାଟନ ତାକର ସାଥି ପାଲଟିଛେ। ଏନ୍ତାଥି ସାନପୁଓ ବି ମାସ୍କେତେ ହେଲା ବାହାର ରାଏଜ୍କେ ଦାଦନ ଯାଇଛନ୍। ଦ୍ରୌପଦୀ ପଁଚେତ୍ରୁ ଚାଉଲ ଦୁରା ପାଉଛନ୍ ସତ୍। ହେଲେ ସେଟା ନିଅଁଟ୍ ପଡ଼ୁଛେ। ସେଥିରଲାଗି ଇ ବୁଢ଼ି ବଏସେ ସେ ପରହର କାମ୍ବୁତା କରି ତେଲନୁନ୍, କପଡ଼ାଲତା କରୁଛନ୍। ସେ ରହୁଥିବାର ଘରର ଅବସ୍ତା ନାଇଁ କହେବାର ଭଲ। ତାକର ଘରନୁ ଲୁକ୍କର ଗାଈ ଗୁହାଲ ଭଲ୍ଥିବା। ଛାଉଁନିର ଅବସ୍ତା ଏନ୍ତା ଯେ, ଦିନ୍ବେଲା ସୂର୍ଯ୍ୟ ଆର ରାଏତ୍ ବେଲା ଚନ୍ଦ୍ର ଫଟିକ୍ ଦେଖି ହେଉଛେ। ଗଲା ବଛର ବରଷାରେ ଘରର ଗୁଟେ କାଁଥି ମାଡ଼ିବସିଛେ। ସରକାରୀ ଯୋଜନାରେ ଘରଖଁଡ଼େ ଲାଗି ଦ୍ରୌପଦୀ ଓ୍ବାର୍ଡ ମେମରନୁ ମୂଲ କରି ସରପଁଚ୍ ଆର ଉନିଆଁ ସରକାରୀ ଅଧ୍କାରୀମାନକୁ ଗୁହାରି କରିଛନ୍। ହେଲେ ଘରର ତ ଦୂରର କଥା ଆଏଜ୍ତକ ତାହାକୁ ପଲିଥିନ୍ ଖଁଡ଼େ ନାଇଁ ମିଲିପାରି। ସାହାଯ୍ ପାଏବାର ଆଶ୍ରେ ୪ରୁ ୫ଥର ରାଜସ୍ବ ନିରୀକ୍ଷକକଁର ଅଫିସ୍କେ ଯାଇ ନିରାଶ ହେଇଥିବାର ସେ କହିଛନ୍। ଯେନ୍ଥେଇ ସେନ୍ଥେଇ ଖାଏବାର ମୁଠାକ ଚଲିଯାଉଛେ। ହେଲେ ଘରଖଁଡ଼େ ନାଇଁ ହେଲେ ଖରା, ବରଷା, ଶୀତ୍ କାକରରେ କେନ୍ନେ ମୁଡ୍ ଗୁଁଜ୍ମି ବଲି କହିଛନ୍ ଦ୍ରୌପଦୀ। ଇ ବାବ୍ଦେ ଥାନୀଅ ସରପଁଚ୍ ରମଣୀ ଦୁରିଆକୁଁ ପଚ୍ରାଲାରୁ ଚଲତି ସରର୍ଭେରେ ତାକର ନାଁ ଦିଆଯାଇଛେ। ତାକର ନାଁ ଆଏଲେ ଘର ଦିଆଯିବା ବଲି ସେ କହିଛନ୍। ସେନ୍ତା ଇ ବାବ୍ଦେ ଧର୍ମଗଡ଼ ବିଡିଓ ଗୋପାଳ କୃଷ୍ଣ ମିଶ୍ରକୁଁ ପଚ୍ରାଲାରୁ ନିହାତି ଭାବେ ଏନ୍ତା ଗରିବ୍ ଦୁଖିକୁ ଆବାସ ଯୋଜନାରେ ସାମିଲ କରି ଘର ଦିଆଯିବା ବଲି ସେ କହିଛନ୍।