Posted inବରଗଡ଼

ଆବାସ ଯୋଜନାରୁ ବଁଚିତ୍‌ ନିଅଁ। ସି ପରିବାର:ତାଲିକାର ନମ୍ବର ଦେଖି ଦିନ୍‌ଯାଉଛେ

ଅତାବିରା, ୩।୮ (ଡି.ଏନ୍‌.ଏ):
ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ କର୍ମୀଟିକ୍ରାର ଗୁଟେ ଅସାହା ପରିବାର ଘର ଅଭାବୁ ପରହର ଘରେ ଆଶ୍‌ରେ ନେଇଛନ୍‌। ଏନ୍‌ତାଥି ପରିବାରଟା ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ପଁଚେତ୍‌ରେ ଗୁହାରି କରି ନିରାଶ ହେଇଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ କର୍ମୀଟିକ୍ରାର ବିଧବା ମହିଲା ବିଲାସିନୀ ମେହେର। ଆପ୍‌ନେ ନରୋତ୍ତମ ମେହେର ୨୦୦୯ରୁ ଆରପାରକେ ଚାଲିଯାଇଛନ୍‌। ଏହେଦେ ଦୁଇ ପୁଓ ଶୁଭମ, କୁନୁ ଆର ଦୁଇ ଝି’ ଗୀତା, ସସ୍ମିତାକୁଁ ନେଇ ବିଲାସିନୀକଁର ପରିବାର। ସଁପତି, ଜମିବାଡ଼ି ବଲି କିଛି ନାଇଁ। ଦୁଖ୍‌ସୁଖ, ଧାରଉଧାର କରି ବିଲାସିନୀ ଦୁଇ ଝି’କେ ବିହାଚୁରା କରିଛନ୍‌। ପରିବାରଟା ଅଭାବ ଅନାଟନ ଭିତରେ ପେଶି ହେଉଥିଲାବେଲେ ୩ ବଛର ତଲେ ବରଷା ପାଏନ୍‌ରେ ତାକର ଝାଟିମାଟି ଘରଟା ଭାଂଗି ଯାଇଛେ। ଏନ୍‌ତାଥି ବିଲାସିନୀ ଉପେ ଶୂଇନ୍‌ ହେଇ ଦୁଇ ପୁଓକୁ ଧରି ନିଜର ଦେଢ଼ଶୁର ଲଲିତ ମେହେରକଁର ଘରେ ଆଶ୍‌ରେ ନେଇଛନ୍‌। ଆପ୍‌ନେ ନରୋତ୍ତମ ବହୁତ ବଛର ହେଲା ଆରପାରକେ ଚାଲିଯାଇଥିଲେ ବି ବିଲାସିନୀ ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇଆଡ଼େ ପରିବାରଟା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ୧୧୬ ନମ୍ବରରେ ରହିଥିଲେ ବି ପକାଘର ଖଁଡ଼େ ପାଏବାରୁ ବଁଚିତ୍‌ ହେଇଛନ୍‌। ସେନ୍‌ତା ବିଲାସିନୀ ବିଧବା ଭତାର ଲାଗି ବାରବାର ପଁଚେତ୍‌ରେ ଗୁହାରି କଲେ ବି କେହି ନାଇଁ ଶୁନୁଥିବାର ତାକର ପୁଓ ଶୁଭମ କହିଛନ୍‌। ଇ ବାବ୍‌ଦେ ସରପଁଚ୍‌ ପୁଷ୍ପକାନ୍ତି ସେଟକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି କହିଥିଲେ। ସେନ୍‌ତା ଘଟନା ବାବ୍‌ଦେ ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ଯଦି ପରିବାରଟା ହକ୍‌ଦାର ହେଇଥିବେ ନିହାତି ତାହାକୁ ଆବାସ ଯୋଜନାରେ ଘର ଯୁଗେଇ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ କର୍ମଚାରୀ ନିଯୁକ୍ତିରେ ଏକ ବଡ଼ଧରଣର ଜାଲିଆତି: ଜଣେ କର୍ମଚାରୀ ନିଲମ୍ବିତ

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ସମ୍ବଲପୁର ଜିଲା ସମବାୟ କେନ୍ଦ୍ର (ଏସ୍‌ଡ଼ିସିସି) ବ୍ୟାଙ୍କ କର୍ମଚାରୀ ନିଯୁକ୍ତିରେ ଏକ ବଡ଼ଧରଣର ଜାଲିଆତି ଅଭିଯୋଗ ହୋଇଛି। ଅତାବିରା ବିଧାୟକ ନିହାର...

ନକଲି ସାର୍ଟିଫିକେଟ ଦେଇ ଚାକିରି! ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଖୋଳତାଡ଼

ବରଗଡ଼,୧୦।୪: ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ ବରଗଡ଼ ସହରରେ ଥିବା ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଖୋଳତାଡ଼ ଆରମ୍ଭ ହୋଇଛି। ଏଥିରେ ଜଣେ...

ବିପଣନ ବ୍ୟବସ୍ଥା ସୁଦୃଢ ହେଲେ କୃଷକଙ୍କ ଜୀବନଜୀବିକା ହେବ ସୁରକ୍ଷିତ:ସମବାୟ ମନ୍ତ୍ରୀ

ବରଗଡ,୧୦।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗୁରୁବାର ଦିନିକିଆ ବରଗଡ ଗସ୍ତରେ ଆସି...

ବିନା ନୋଟିସ୍‌ରେ ଗରିବଙ୍କ ଦୋକାନ ଧୂଳିସାତ୍‌

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପୌର ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସହର ଉଠୁଛି ଓ ପଡୁଛି। କେତେବେଳେ ବିନା ନୋଟିସ୍‌ରେ ବୋଲଡୋଜର ଲଗାଇ ଗରିବଙ୍କ ଠେଲା...

କାଲିଠାରୁ ବରଗଡ଼ ଜିଲାରେ ସକାଳୁଆ ଅଫିସ, ହେବନି ମଧ୍ୟାହ୍ନଭୋଜନ ବିରତି

ବରଗଡ଼,୯ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆସନ୍ତା ୧୦ତାରିଖ ଅର୍ଥାତ୍‌ ଗୁରୁବାରରୁ ସମସ୍ତ ସରକାରୀ ଅଫିସରେ ସକାଳୁଆ କାର୍ଯ୍ୟ ଚାଲିବ। ସକାଳ ୭ଟାରୁ ସରକାରୀ ଅଫିସଗୁଡ଼ିକ ଖୋଲି...

ଘରେ କେହି ନ ଥିବାବେଳେ କଳାକନା ବୁଲାଇଲେ ଚୋର, ଲୁଟିନେଲେ…

ଅତାବିରା,୯ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଚକୁଳିଫାର୍ମରେ ବୁଧବାର ଏକ ବଡ଼ଧରଣର ଚୋରି ହୋଇଥିବା ଖବର ମିଳିଛି। ଘଟଣାସ୍ଥଳରେ ଅତାବିରା ପୋଲିସ ପହଞ୍ଚି...

ବ୍ଲୁ ଡାଇମଣ୍ଡ କ୍ଲବ ୪-୧ ଗୋଲରେ ବିଜୟୀ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ବରଗଡ଼ ଲେଙ୍ଗୁ ମିଶ୍ର ମିନି...

ନାଗରିକ ମଞ୍ଚର ଦାବି ପରେ ଚେତା ପଶିଲା: ୧୬୦ କଳାକାରଙ୍କୁ ଆକାଉଣ୍ଟକୁ ଗଲା ସହାୟତା ରାଶି

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚଳିତବର୍ଷ ଉତ୍ସାହର ଉଦ୍ଦୀପନାର ସହିତ ଉଦ୍‌ଯାପିତ ହୋଇଥିଲା । ଅନ୍ୟବର୍ଷ ତୁଳନାରେ ଏଥର ମହୋତ୍ସବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image