ଆବାସ ଯୋଜନାରୁ ବଁଚିତ୍‌ ପରିବାର: କ୍ଲବ ଘର ପାଲଟିଛେ ଆଶ୍‌ରେ ଥଲ୍‌

 

ଗଣ୍ଡତୁରୁମ, ୨୧।୧୨ (ଡି.ଏନ୍‌.ଏ.)-
ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଅଧୀନ ମେହେନା ଗଁାର ଗଣେଶ ଉସେରା(୭୦)। ସେ ଝନେ ନିହାତି ଗରିବ୍‌ ଲୋକ ହେଇଥିଲାବେଲେ ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଥି ସେ କୁଟୁମବସିଆ ଇତାର ପିଁଢ଼ା ତାର ଦୁଆର ହେଇ ଜୀବନ୍‌ ବିତଉଛନ୍‌।
ସୂଚନା ଅନ୍‌ସାରେ ମେହେନାର ଗଁାର ଗଣେଶ ଉସେରାକଁର ପରିବାର କହେଲେ ମାଏକିନା ଅହଲ୍ୟା ଆର ପୁଓ ରାମନାରାୟଣକୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। ଗଣେଶ କୁଲିମଜୁରି କରି କୁଟୁମ ପୁଷୁଥିଲେ। ଗଲା ବଛର ବରଷାରେ ତାକର ମାଏଟ୍‌ କୁରିଆଟା ଭାଂଗି ଗଲାରୁ ପରିବାରଟା ବାସହରା ହେଇଯାଇଛନ୍‌। ଏନ୍‌ତାଥି ଗଣେଶ ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଥାନୀଅ ସରପଁଚ୍‌ନୁ ବିଡିଓ ତକ୍‌ ଗୁହାରି କରି ନିରାଶ ହେଇଛନ୍‌। ଗଁାବାସୀ ତାକର ଗୁଲ୍‌ଗୁଲା ଦେଖି କ୍ଲବ ଘରେ ରହିବାକେ କହିଲେ। ସେ ଦିନ୍‌ଠାନୁ ଗଣେଶ କୁଟୁମବସିଆ ଗଁାର କ୍ଲବ ଘରେ ରହିଆସୁଛନ୍‌। ଏନ୍‌ତା ଅସ୍‌ବିଧା ସମିଆରେ ଗଣେଶକୁ ବହୁତ୍‌ ଜର ହେଲା। ଭିନେ ଭିନେ ସରକାରୀ ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଲେ। ଇ ସମିଆରେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅଇଁଲାଛାଟକେ କଟକରୁ ଝନେ ଡାକ୍‌ତର ଆସୁଥିବାର ଖବର ପାଇ ସେଠାନେ ଚିକିଛା କରାଲେ। ତାକର ଜର ବି ଭଲ ହେଲା। ହେଲେ ସେଠାନେ ରକତ ପରୀକ୍ଷା ଲାଗି ଡେବ୍‌ରି ହାତେ ଫୁଡ଼ା ଯାଇଥିବାର ସୁଜା ଜାଗାଟା ଏହେଦେ ଘା’ ହେଇଯାଇଛେ। ଏନ୍‌ତାଥି ଗଣେଶ କାମ୍‌ବୁତା କରି ନାଇଁପାରବାର। ଇଆଡ଼େ ପରିବାରଟା ଭୂମିହୀନ ହେଇଥିଲାବେଲେ ଗଣେଶ ପାଉଥିବାର ବୁଢ଼ାବୁଢ଼ି ଭତା ଆର ମାସିକ ୧୫ କେ.ଜି. ଚାଉଲ ନ ସାହାଭରସା ହେଇଛେ। ହେଲେ ଅଭାବ ଅନାଟନ ଲାଗି ଉପେ ଶୂଇନ୍‌ ଗଣେଶ ଭିଖ୍‌ମାଗି ଘରର ତେଲନୁନ ଚଲଉଛନ୍‌। ଇଆଡ଼େ ବୁଢ଼ା ବଏସେ ପୁଓଟେ ପାଇଛନ୍‌। ପୁଓର ଭବିଷତ୍‌ କଥା ଚିନ୍‌ତା କଲେ ତାକର ନିଦ୍‌ ହଜିଯାଉଛେ। ସରକାର ଗରିବ୍‌ ଦୁଖିକର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌ ହେଲେ ଆମେ ହକ୍‌ଦାର ହିତାଧିକାରୀ ନୁହେ କାଏଁ ବଲି ସେ ପ୍ରଶ୍ନ କରିଛନ୍‌। ଜିଲା ଆର ବ୍ଲକ ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ଯେତେ ଜଲଦି ହେବା ଆବାସ ଯୋଜନାରେ ଘର ଆର ମାସିକ ୩୫ କେ.ଜି. ଚାଉଲ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।

Share