ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌ ରତନ

ବିନିକା, ୨୮ା୪(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡ଼ି ପଁଚେତ୍‌ର ସାରଙ୍ଗପାଲି ମାହାରଗୋଠର ରତନ ମାହାର(୬୫)। ପରିବାର କହିଲେ ମାଏକିନା ଯାମା(୬୦)। ଦୁଇ ବୁଢ଼ାବୁଢ଼ିକର ପିଲାଛୁଆ କିଛି ନାଇଁ, ଜମିବାଡ଼ି କହେଲେ ୧ ଏକର। ଇଥ୍‌ରୁ ଅଧା ଏକର ଜମିରେ ଚାଷ୍‌ ହେଉଥିଲାବେଲେ ବାକି ଅଧା ପାଏନ୍‌ ଅଭାବୁ ପଡ଼ିଆ ପଡ଼ୁଛେ। ଇ ଅସାହା ବୁଢ଼ାବୁଢ଼ିର ପାସେ ଏହେଦେ ବି ବହୁତଟେ ସରକାରୀ ଯୋଜନା ଅପହଁଚ୍‌ ହେଇ ରହିଛେ। ଯାମାକଁର ବଏସ ୬୦ ଟପିଥିଲେ ବି ସେ ବୁଢ଼ାବୁଢ଼ି ଭତାରୁ ବଁଚିତ ହେଇ ରହିଛନ୍‌। ମାଏକିନାର ଭତାର ଲାଗି ରତନ ପଁଚେତ୍‌ନୁ ବ୍ଲକ ଅଫିସ ଯାଇ ଯାଇ ନିହାଲ ହେଇଗଲେନ। ଆଏଜକେ ୫ ମାସ ତଲେ ରତନକେ ବୁଢ଼ାବୁଢ଼ି ଭତା ମିଲିଥିଲାବେଲେ ପ୍ରଧାନମନ୍ତ୍ରୀ ଆବାସ କି ବିଜୁ ପକ୍କାଘରଟେ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ମାଟିଘରେ ଟିନ୍‌ ଛାଉନି ଦେଇ ଇ ବୁଢ଼ାବୁଢ଼ି ଗଲା ୧୫ ବଛର ହେଲା ବଡ଼ା ଦୁଖେ ରହୁଛନ୍‌। ବରଷା ଦିନେ ଇମାନେ ଗଁାର ସ୍କୁଲ କି କ୍ଲବ ଘରେ ଆଶ୍‌ରେ ନେଉଥିବାର କହିଛନ୍‌। ସେନ୍‌ତା ୩ ମାସ ତଲେ ରତନ ପୁଷିଥିବାର ୩୦ପଟ ଛେଲି ଚିକେନ୍‌ ପକ୍ସରେ ଆକ୍‌ରଁାତ ହେଇ ମରିଗଲାରୁ ରତନକଁର ମୁଡ଼େ ଚଡ଼କ ପଡ଼ିଥିଲା। ଏହେଦେ ଦୁଇ ବୁଢ଼ାବୁଢ଼ି ରତନର ଭତା ଆର ୧୦ କେ.ଜି. ଚାଉଲରେ ଜୀବନ୍‌ ବିତଉଛନ୍‌। ଇ ବାବ୍‌ଦେ ବାଙ୍କିଘିର୍ଡ଼ି ଇଓ ବିଶ୍ୱମ୍ବର ଶତପଥୀକୁଁ ପଚରାଲାରୁ ଯାମା ତାକର ଭୋଟ ପରିଚଏ ପତର, ଆଦାର କାର୍ଡ, ପାସପୋର୍ଟ ଫଟୋ ଧରି ଅଫିସକେ ଆଏଲେ ତାହାକୁ ଭତା ଯୋଜନାରେ ସାମିଲ କରବାର ଦିଗେ ପଦକ୍ଷେପ ନିଆଯିବା। ସେନ୍‌ତା ସରକାରୀ ଯୋଜନାରେ ଘରଖଁଡ଼େ ଲାଗି ସେମାନେ ଜିଲା ପରଶାସନକେ ଗୁହାରି କରବାର କଥା ବଲି ସେ କହିଥିଲେ। ସେନ୍‌ତା ରତନକଁର ଛେଲ୍‌ ମରବାର ବାବ୍‌ଦେ ବିନିକା ପ୍ରାଣୀଧନ ଅଧ୍‌କାରୀ ବି.ପାତ୍ରକୁଁ ପଚରାଲାରୁ କେହେନ୍‌ସି ପରାକୁତିକ ଦୁରବିପାକ କି ରୋଗ୍‌ରେ ମଲେ ସରକାରୀ ସାହାଯ୍‌ର ବେବସ୍‌ତା ନଁାଇଁନ ବଲି ସେ କହିଥିଲେ।