ଆବାସ ଯୋଜନାରୁ ବଁଚିତ୍‌ ଲାଲଦୀପ: ପରହର ବାରନ୍‌ଡାରେ ବିତୁଛେ ଜୀବନ୍‌

ଖପ୍ରାଖୋଲ, ୨୪।୮(ଡି.ଏନ୍‌.ଏ.):
କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ଅନେକ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ଭିନେ ଭିନେ କାରନ୍‌ରୁ ହକ୍‌ଦାର ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତାଥି ଅନେକ ଗରିବ୍‌ ଦୁଖି ପରିବାର କିଏ ଭଂଗା ଘରେ ରହୁଛେ ତ ଆର କିଏ ପରହର ବାରନ୍‌ଡାରେ ଆଶ୍‌ରେ ନେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଖପ୍ରାଖୋଲ ବ୍ଲକ ମହରାପଦର ପଁଚେତ୍‌ ବାଗଝରନ୍‌ ଗଁାରେ।
ସୂଚନା ଅନ୍‌ସାରେ ବାଗଝରନ୍‌ ଗଁାର ଲାଲଦୀପ ବରିହା(୪୫)। ଆଗ୍‌ରୁ ସେ କୁଟୁମବସିଆ ଦାଦନ ଯାଉଥିଲେ, ଗଁାରେ ଲୁକ୍‌କର କାମ୍‌ବୁତା କରି କୁଟୁମ ପୁଷୁଥିଲେ। ମୁଡ଼ ଗୁଁଜ୍‌ବାର ଲାଗି ମାଏଟ୍‌ ଘର ଦୁଇ ବଖରା ବି ଥିଲା। ହେଲେ ୫ ବଛର ତଲେ ତାକର ମାଏକିନା ଆରପାରକେ ଚାଲିଯାଇଥିଲେ। ତା’ପରେ ସତେ ଯେନ୍‌ତା ଲାଲଦୀପକଁର ଖରାପ ସମିଆ ଆରମ୍‌ ହେଇଯାଇଥିଲା। ମାଏକିନା ମଲା ଉତାରୁ ଲାଲଦୀପ ଦୁଇ ଛୋଟ ଛୋଟ ପିଲାକୁ ଧରି ଗଁା ଗଁା ବୁଲି ଭିଖ୍‌ ମାଗବାର ସଂଗେ ଅନେକ ସମିଆରେ ହରିଶଙ୍କର ମନ୍ଦିର ଆଘେ ବସି ଭିଖ୍‌ ମାଗିବସଲେ। ଇ ଘଟନା ବାବ୍‌ଦେ ଗଲା ବଛର ଗଣମାଧ୍ୟମରେ ଖବର ବାହାରଲା ଉତାରୁ ଚାଇଲ୍ଡ ଲାଇନ ତରଫୁ ଦୁଇ ଛୁଆକୁ ଉଧାର କରବାର ସଂଗେ ସଟ୍‌-ଷ୍ଟେ ହୋମରେ ବଛ୍‌ରେ ହେଲା ରଖିଛନ୍‌। ପରଶାସନ ଦୁଇ ନିଷ୍‌ପାପ ଛୁଆକୁ ସିନା ଉଧାର କରି ଥଇଥାନ କଲା, ହେଲେ ଲାଲଦୀପକଁର କଥା ପାସରି ଦେଲା। ଅଭାବ ଅନାଟନକେ ଦରିଦିରିଆ ଅବସ୍‌ତାର ଲାଗି ଲାଲଦୀପ ଆଏଜ୍‌ ବି ତାକର ଦୁଇ ବଖରା ମାଏଟ୍‌ ଘରର ମରାମତି କରି ନାଇଁପାରଲେ। ଯେନ୍‌ଥିରଲାଗି ସେ ଘର ଦୁଇ ବଖରାକ ବରଷାରେ ଭାଂଗି ଯାଇଛେ। ଏହେଦେ ସେ ଉପେ ଶୂଇନ୍‌ ହେଇ ଗଁାର ଓ୍ବାର୍ଡ ମେମ୍ବରକଁର ବାରନ୍‌ଡାରେ ଦିନ୍‌ ବିତଉଛନ୍‌। ଏନ୍‌ତାଥି ଅସାହା ଲାଲଦୀପକୁଁ ସରକାରୀ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଖପ୍ରାଖୋଲ ବିଡିଓ ତରଣୀ ସୁନାକୁଁ ପଚରାଲାରୁ ଘଟନାକେ ଗୁରୁତ୍‌ ଦେଇ ଯେତେ ଜଲଦି ହେବା ତାହାକୁ ଘର ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।

Share