ଆବାସ ଯୋଜନାରୁ ବଞ୍ଚିତ ଗରିବ ପରିବାର : ଜୀବନ ବିତୁଛି ଝାଟିମାଟି ଘରେ

ଖଣ୍ଡପଡ଼ା ୧୭ା୬(ସ୍ବ.ପ୍ର.): ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଜନସାଧାରଣଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ତେବେ ଏହି ଯୋଜନା ଅନେକ କ୍ଷେତ୍ରରେ କିପରି ବିଫଳ ହୋଇଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବୋଦସା ପଞ୍ଚାୟତରେ। ଏହି ପଞ୍ଚାୟତସ୍ଥ ଗଉଡବୋଦସା ଗ୍ରାମବାସିନ୍ଦା ହେଉଛନ୍ତି ବେଣୁ ବେହେରା। ସେ ଜଣେ ଦିନ ମଜୁରିଆ । ୪ ପ୍ରାଣୀ କୁଟୁମ୍ବଙ୍କୁ ନେଇ ତାଙ୍କ ପରିବାର। ତେବେ ଭଲ ଘର ଖଣ୍ଡିଏ ନ ଥିବାରୁ ପରିବାରବାସୀଙ୍କ ଦିନ ବିତୁଛି ଝାଟିମାଟି, ନୁଆଁଣିଆ ଚାଳଛପର ଘରେ। ଏ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ଯୋଜନାରେ ଏହି ପରିବାରକୁ ଅଦ୍ୟାବଧି ବାସଗୃହଟିଏ ମିଳିପାରିନାହିଁ। ଉକ୍ତ ଯୋଜନାରେ ଗୃହ ନିର୍ମାଣ ନିମନ୍ତେ ୨ ଲକ୍ଷ ଟଙ୍କା ଦିଆଯାଉଥିବାବେଳେ ଏହି ପରିବାର ପ୍ରତି ବ୍ଲକ ପ୍ରଶାସନର କିପରି ଦୃଷ୍ଟିପଡ଼ିନି ସେ ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ବେଣୁଙ୍କ ସ୍ତ୍ରୀ ସରୋଜିନୀ ବୋଦସା ସରପଞ୍ଚଙ୍କଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ପକ୍କାଘରଟିଏ ପାଇଁ ବାରମ୍ବାର ଆବେଦନ କରି ଆସୁଛନ୍ତି। ଖଣ୍ଡପଡ଼ା ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ପ୍ରଦାନପୂର୍ବକ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ପମ୍ପ ପୁନଃଉଦ୍ଧାର କାର୍ଯ୍ୟରେ ଅନିୟମିତତା: ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ଛତ୍ରପୁର,୧୩ା୪(ଦିଲ୍ଲୀପ ସାମଲ): ନିମ୍ନମାନର କାମ ସହ ଆର୍ଜବେଷ୍ଟ ଉପରେ ସିମେଣ୍ଟ ପକାଇ ସରକାରୀ ଅର୍ଥକୁ ହରିଲୁଟ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି...

ଚାଲାଣ ହେଉଥିଲା ଖଇରକାଠ: ମାଡ଼ି ବସିଲା ବନ ବିଭାଗ

ପଦ୍ମପୁର,୧୩ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବନ ବିଭାଗ ପକ୍ଷରୁ ଏକ ଖଇରକାଠ ବୋଝଇ ବୋଲେରୋ ପିକଅପ(ଓଡି ୩୧ -୬୩୩୬ ) ଜବତ କରାଯାଇଛି। ବୋଲେରୋରେ...

ସମୁଦ୍ରମୁହାଁ ଅଲିଭରିଡଲେ ଶାବକ ଦେଖିଲେ ରାଜ୍ୟପାଳ

ଛତ୍ରପୁର,୧୩ା୪(ସନ୍ତୋଷ ପାଢ଼ୀ ):ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି ରବିବାର ଗଞ୍ଜାମ ଜିଲା ଗସ୍ତରେ ଆସି ସେ ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତଦାରଖ କରିଥିଲେ। ଏହି...

ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୧୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ବାଇବାଲିର ପଞ୍ଚାନନ ନାଇକଙ୍କୁ ଏକ ହତ୍ୟା ଧମକ ମାମଲାରେ ଗିରଫ କରିଛନ୍ତି। ଏଥିସହ ତାଙ୍କଠାରୁ ପୋଲିସ...

ଜଣାପଡ଼ିଲା କେଉଁ ଫୋନ ବ୍ୟବହାର କରୁଛନ୍ତି ବିରାଟ କୋହଲି, ଜାଣନ୍ତୁ ଏହାର ମୂଲ୍ୟ

ନୂଆଦିଲ୍ଲୀ,୧୩।୪: ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଖେଳାଳି ବିରାଟ କୋହଲି କେବଳ ତାଙ୍କର ଚମତ୍କାର ଖେଳ ପାଇଁ ନୁହେଁ ବରଂ ତାଙ୍କର ଜୀବନଶୈଳୀ ଏବଂ ଗ୍ୟାଜେଟ...

ମିଳିଲା ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ଉଦଳା,୧୩।୪: ମୟୂରଭଞ୍ଜ ଜିଲା ଶାଳଖୁଣ୍ଟା ସ୍ଥିତ ଆଶ୍ରମ ବିଦ୍ୟାଳୟରୁ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ବିଦ୍ୟାଳୟରୁ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା...

ଏପ୍ରିଲ ୧୫ ରୁ ଜୁନ୍ ୧୪ ଯାଏ ସମୁଦ୍ରରେ ମାଛଧରା ଉପରେ ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର

ଚେନ୍ନାଇ,୧୩।୪: ସାମୁଦ୍ରିକ ସମ୍ପଦ ସଂରକ୍ଷଣ ଏବଂ ଅଣ୍ଡାଦାନ ଋତୁରେ ମାଛ ପ୍ରଜନନକୁ ସୁରକ୍ଷା ଦେବା ପାଇଁ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ସମୁଦ୍ରରେ ମାଛଧରା ଉପରେ...

୮ଟି ଶ୍ରେଣୀକୁ ୫ କୋଠରି, ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

କେସିଙ୍ଗା,୧୩ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଶିକ୍ଷାଦାନ କ୍ଷେତ୍ରରେ ବହୁ ଅବହେଳା ହେଉଛି। ଇତିମଧ୍ୟରେ ଗଣଶିକ୍ଷା ଓ ବିଦ୍ୟାଳୟ ମନ୍ତ୍ରୀ କେସିଙ୍ଗା ପରିଦର୍ଶନ ଆସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image