ଆବାସ ଯୋଜନା ବାଟ୍‌ବନା: ବିଲ୍‌ ଟଁକା ଲାଗି ହିତାଧିକାରୀ ହଟ୍‌ହଟା

ଲାଠୋର, ୧୬।୨ (ଡି.ଏନ୍‌.ଏ.)- ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ପକାଘର ଯୁଗେଇ ଦେଉଛନ୍‌। ଘର ତିଆରି ଲାଗି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ୧୬ ହଜାର ଟଁକା ଦେଉଛନ୍‌। ହେଲେ ଅନେକ ହିତାଧିକାରୀ ଇ ଟଁକା ନାଇଁ ପାଉଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍‌ ଅଧୀନ ସାନଗୁର୍ଜିଭଟା ଗଁା ପାଲିପଡ଼ାରେ।
ସୂଚନା ଅନ୍‌ସାରେ ପାଲିପଡ଼ାର ପଦ୍ମା ବର୍ଗେ, ଜାମିନି ଛତ୍ରିଆକୁଁ ଗଲା ୨୦୧୬-୧୭ ବଛରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରିବାର ଲାଗି ୧ଲକ୍ଷ ୩୦ ହଜାର ଟଁକା ଲେଖେଁ ଯୁଗେଇ ଦିଆଯାଇଥିଲା। ସେନ୍‌ତା ୨୦୧୮-୧୯ ବଛରରେ ଧନମତି ନାଗକୁଁ ଆବାସ ଯୋଜନାରେ ଘର ଯୁଗେଇ ଦିଆଯାଇଥିଲା। ଇ ହିତାଧିକାରୀମାନେ ଖେପ୍‌ ଖେପ୍‌ କରି ଟଁକା ଉଠେଇ ଘର ତିଆରି କାମ୍‌ ପୂରା କରିଥିଲେ। ଘର ତିଆରି ସରବାର ଆଏଜ୍‌କେ ବଛ୍‌ରେ ବିତିଯାଇଛେ। ହେଲେ ହିତାଧିକାରୀମାନେ ଆଏଜ୍‌ତକ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଜରିଆରେ କାମ୍‌ କରିଥିବାର ବିଲ୍‌ ଟଁାକା ନାଇଁ ପାଇପାରି। ଇଆଡ଼େ ହିତାଧିକାରୀମାନେ ବାରବାର ଟଁକା ପାଏବାର ଲାଗି ପଁଚେତ୍‌ନୁ ବ୍ଲକ ତକ୍‌ ନରଦୁ ଥିଲେ ବି କେହି ତାକର କଥା ନାଇଁ ଶୁନୁଥିବାର ଅଭିଯୋଗ କରିଛନ୍‌। ଏନ୍‌ତା କି ଅଧ୍‌କାରୀ, କରମ୍‌ଚାରୀମାନେ ବିଲ୍‌ ଟଁକା ଆଏଜ୍‌ ହେବା କାଏଲ୍‌ ହେବା କହି ଦିନ୍‌ ଗଡ଼ଉଥିବାର ହିତାଧିକାରୀମାନେ କହିଛନ୍‌। ଇ ବାବ୍‌ଦେ କରୁଅଁାଝର ପଁଚେତ୍‌ ଗ୍ରାମ ରୋଜଗାର ସେବକ ହେମନ୍ତ ଭୋଇକୁଁ ପଚ୍‌ରାଲାରୁ ୨୦୧୬-୧୭ ବଛରରେ ମୁଇଁ ଇଠାନେ ନାଇଁଥାଇ। ୨୦୧୮-୧୯ ବଛର୍‌ର ଟଁକା କାହିଁର ଲାଗି ନାଇଁ ଦିଆଯାଇ କାଗଜପତର ଦେଖ୍‌ଲେ ଯାଇ କହି ହେବା ବଲି ସେ କହିଥିଲେ। ବ୍ଲକ ପରଶାସନ ଘଟନାର ତଦଁତ୍‌ କରି ପଦକ୍ଷେପ ନେବାକେ ହିତାଧିକାରୀମାନେ ଦାବି କରିଛନ୍‌।

Share