Categories: ଖେଳ

ଆବୁ ଜାୟେଦଙ୍କୁ ଭର୍ତ୍ସନା

ରାଓ୍ବଲପିଣ୍ଡି, ୧୧ା୨ (ପି.ଟି.)- ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଆଝାର ଅଲ୍ଲୀଙ୍କ ଉଇକେଟ ପତନ ପରେ ଆକ୍ରମଣାତ୍ମକ ଅଙ୍ଗଭଙ୍ଗୀ ପାଇଁ ବାଂଲାଦେଶ ପେସ୍‌ ବୋଲର ଆବୁ ଜାୟେଦଙ୍କୁ ଭର୍ତ୍ସନା କରାଯାଇଛି। ଏହା ହେଉଛି ମ୍ୟାଚର ଦ୍ୱିତୀୟ ଦିବସ ଶନିବାରର ଘଟଣା। ସୋମବାର ପାକିସ୍ତାନ ୪୪ ରନରେ ବାଂଲାଦେଶକୁ ପରାସ୍ତ କରିଛି। ଜାୟେଦ ଖେଳାଳି ଏବଂ ଖେଳାଳିଙ୍କ ସହାୟକ କର୍ମଚାରୀଙ୍କ ଲାଗି ଉଦ୍ଦିଷ୍ଟ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ଆଚରଣ ବିଧିର ଧାରା ୨.୫ର ଉଲ୍ଲଂଘନ କରିଛନ୍ତି। ଫଳରେ ତାଙ୍କ ଶୃଙ୍ଖଳା ରେକର୍ଡରେ ଏକ ଡିମେରିଟ୍‌ ପଏଣ୍ଟ ଯୋଗ କରାଯାଇଛି। ଜାୟେଦ ନିଜ ଦୋଷ ସ୍ବୀକାର କରିବା ସହ ମ୍ୟାଚ ରେଫରି ରିଚି ରିଚାର୍ଡସନଙ୍କ ଦ୍ୱାରା ପ୍ରସ୍ତାବିତ ଦଣ୍ଡବିଧାନକୁ ଗ୍ରହଣ କରିଥିଲେ। ଫଳରେ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକ ପଡ଼ି ନ ଥିଲା। ଫିଲ୍ଡ ଅମ୍ପାୟର ନିଗେଲ ଲଙ୍ଗ୍‌ ଓ କ୍ରିସ୍‌ ଗାଫାନି, ତୃତୀୟ ଅମ୍ପାୟର ମାରେଜ ଇରାସମସ୍‌ ଏବଂ ଚତୁର୍ଥ ଅଫିସିଆଲ ଶୋଜାବ୍‌ ରାଜା ଜାୟେଦଙ୍କ ନାମରେ ରିପୋର୍ଟ କରିଥିଲେ।

Share