ଆବେଙ୍କ ଭାରତ ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ,୧୪ା୧୨: ସିଏଏକୁ ନେଇ ବିବାଦ ପ୍ରରିପ୍ରେକ୍ଷୀରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଭାରତ ଗସ୍ତକୁ ସ୍ଥଗିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରତିପକ୍ଷ ଆବେଙ୍କ ମଧ୍ୟରେ ଡିସେମ୍ବର ୧୫ରୁ ୧୭ ପର୍ଯ୍ୟନ୍ତ ଆସାମ ରାଜଧାନୀ ଗୁଆହାଟୀରେ ବାର୍ଷିକ ସମ୍ମିଳନୀ ହେବାର ଥିଲା। ସିଏବିକୁ ନେଇ ଗୁଆହାଟୀରେ ହିଂସାମତ୍କ ଆନ୍ଦୋଳନ ଚାଲିଥିବାରୁ ବର୍ତ୍ତମାନ ପାଇଁ ଆବେଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଛି। ଦୁଇଦେଶର ସୁବିଧା ଅନୁସାରେ ତାଙ୍କ ଗସ୍ତ ପାଇଁ ଭବିଷ୍ୟତରେ ନୂଆ ତାରିଖ ଧାର୍ଯ୍ୟ କରାଯିବ। ଆବେଙ୍କ ଗସ୍ତ କାର୍ଯ୍ୟକ୍ରମ ନୂଆବର୍ଷରେ ହେବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବାଂଲାଦେଶ ବହିର୍ବ୍ୟାପାର ମନ୍ତ୍ରୀ ଏ.କେ. ଅବ୍‌ଦୁଲ ମୋମେନ୍‌ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅସାଦୁଜ୍ଜାମନ୍‌ ଖାନ୍‌ ମଧ୍ୟ ନିଜ ନିଜ ଭାରତ ଗସ୍ତକୁ ବାତିଲ କରିସାରିଛନ୍ତି।

Share