ଆବେଦନ ପତ୍ର କମିଟିର ତୃତୀୟ ବୈଠକ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ବିଧାନସଭା ଆବେଦନ ପତ୍ର କମିଟି(୨୦୧୯-୨୦)ର ତୃତୀୟ ବୈଠକ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ସଚିବାଳୟ କମିଟି ପ୍ରକୋଷ୍ଠ ନଂ ୫୫ରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସମ୍ପର୍କିତ ବକେୟା ଆବେଦନ ଓ ନିବେଦନ ପତ୍ରଗୁଡ଼ିକ ଉପରେ ଅଦ୍ୟାବଧି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ବୈଠକରେ କମିଟି ସଦସ୍ୟ ବିଧାୟକ ଅଶ୍ବିନୀ କୁମାର ପାତ୍ର, ପ୍ରଶାନ୍ତ କୁମାର ବେହେରା, ବିଷ୍ଣୁବ୍ରତ ରାଉତରାୟ, ପ୍ରକାଶ ସୋରେନ୍‌ ଓ ଦାଶରଥି ଗମାଙ୍ଗୋ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି।

Share