Categories: ଖେଳ

‘ଆମକୁ କଶ୍ମୀର ନୁହେଁ, କୋହଲି ଦରକାର’

ଶ୍ରୀନଗର, ୧୯।୬: ଚଳିତ ବିଶ୍ୱକପରେ ଭାରତ ବିପକ୍ଷ ହାଇଭୋଲଟେଜ ମ୍ୟାଚରେ ପରାସ୍ତ ହେବା ପରେ ପାକିସ୍ତାନ କ୍ରିକେଟରଙ୍କୁ ନିଜ ଦେଶରେ ସମାଲୋଚନାର ଶିକାର ହେବାକୁ ପଡିଛି। ସୋସିଆଲ ମିଡିଆରେ ପାକିସ୍ତାନ ଫ୍ୟାନ୍‌ମାନେ ଦେଶର କ୍ରିକେଟରଙ୍କ ଉପରେ ଯୁବ୍ଧ ହୋଇପଡିଛନ୍ତି। ଏସବୁ ଭିତରେ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଇବିଏନ ସିନା ନାମ ଏକ ଟୁଇଟର ଆକାଉଣ୍ଟରେ ଛଡାଯାଇଥିବା ଏହି ବ୍ୟାନରେରେ ‘ଆମକୁ କଶ୍ମୀର ନୁହେଁ, କୋହଲି ଦରକାର’ ବୋଲି ଲେଖାଯାଇଛି। କିଛି ଯୁବକ ଏହି ବ୍ୟାନରଟିକୁ ଧରିଛନ୍ତି। ଏହାର ପଛପଟେ ପାକିସ୍ତାନ ପତାକା ରହିଛି। କିନ୍ତୁ ଏହି ବ୍ୟାନରଟିକୁ ଧରିଥିବା ଯୁବକମାନେ ପାକିସ୍ତାନର କି ନୁହେଁ,ତାହା ଜଣାପଡିନାହିଁ।

Share