ଆମତ୍ତୃପ୍ତି ଦେଉଛି କେନ୍ଦରା ବାଦନ

ଗଣିଆ, ୧୬।୧୦(ଡି.ଏନ.ଏ.):ଆଧୁନିକତା ଛାପରେ ହଜିଗଲାଣି ପାରମ୍ପରିକ ଲୋକକଳା ସାଙ୍ଗକୁ ପୁରାତନ ଲୋକବାଦ୍ୟ ା ଗୋପୀଯନ୍ତ୍ର, କେନ୍ଦରା, ଘୁଡୁକି,ଖଞ୍ଜଣି, ହାରମୋନିୟମ ଆଦି ପାରମ୍ପରିକ ଲୋକବାଦ୍ୟର ତାଳ ଆଉ ଶୁଣିବାକୁ ମିଳୁନାହିଁ ା ଏହାର ପ୍ରତିବଦଳରେ ବିଭିନ୍ନ ବୈଦ୍ୟୁତିକ ବାଦ୍ୟଯନ୍ତ୍ରର ଧୁନ୍‌ ଯୁବପିଢିଙ୍କୁ ମତୁଆଲା କରିଛି ା ଫଳରେ ପାରମ୍ପରିକ ବାଦ୍ୟଯନ୍ତ୍ରର ସତ୍ତା ଧୀରେ ଧୀରେ ଲୋପ ପାଇବାରେ ବସିଲାଣି ା
ଏପରି ସ୍ଥଳେ କେତେକ ପୁରାତନ ବାଦ୍ୟକାର ଏହି ପୁରାତନ ବାଦ୍ୟଯନ୍ତ୍ର ବଜାଇ ପରିବାର ପ୍ରତିପୋଷଣ କରି ନ ପାରିଲେ ମଧ୍ୟ ଅନ୍ୟକୁ ଖୁସି କରିବା ସହ ଆମତ୍ତୃପ୍ତି ଲାଭ କରିପାରୁଛନ୍ତି ା ସେହିଭଳି ଜଣେ ବ୍ୟକ୍ତି ହେଲେ ନୟାଗଡ ଜିଲା ଦଶପଲ୍ଲା ବ୍ଲକ ଘୋଳାହାଣ୍ଡି ପଞ୍ଚାୟତ ଗୋବିନ୍ଦପୁରପାଟଣା ଗ୍ରାମର ଦିବ୍ୟାଙ୍ଗ ସତ୍ୟବାଦୀ ଦାସ(୭୦)। ସେ ପୁରାତନ ବାଦ୍ୟ କେନ୍ଦରା ବାଦନ କରନ୍ତି। ସତ୍ୟବାଦୀ ପରିଣତ ବୟସରେ ନିଜ ଗ୍ରାମଠାରୁ ଖୁବ୍‌ ନିକଟ ଗଣିଆ ବ୍ଲକ ଆଡକଟା ପଞ୍ଚାୟତର କୃଷ୍ଣପଲ୍ଲୀ ଗ୍ରାମ ନିକଟରେ ଏକ ଆଶ୍ରମ କରି ରହୁଛନ୍ତି ା ସତ୍ୟବାଦୀ ଖଣ୍ଡପଡା ବ୍ଲକ ଦୁଃଖାପଲ୍ଲୀ ଗ୍ରାମର ବିଶ୍ୱନାଥ ନାୟକ ନାମକ ଜଣେ ଦିବ୍ୟାଙ୍ଗଙ୍କଠାରୁ ଶିକ୍ଷାଲାଭ କରି ଗତ ୧୦ ବର୍ଷ ଧରି ଗାଁ ଗାଁ ବୁଲି କେନ୍ଦରା ବାଦନ କରିଆସୁଛନ୍ତି ା ଗୁରୁ ବିଶ୍ୱନାଥଙ୍କ କଟକ ଆକାଶବାଣୀ ବେତାର କେନ୍ଦ୍ରରେ କେନ୍ଦରା ବାଦନରେ ଆକୃଷ୍ଟ ହୋଇ ସେ କେନ୍ଦରା ବାଦନ ଶିଖିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ା କେନ୍ଦେରାର ମଧୁର ସ୍ବର ସହ ତାଙ୍କର ସୁଲଳିତ କଣ୍ଠରେ ରାମାୟଣ ଓ ଟିକା ଗୋବିନ୍ଦଚନ୍ଦ୍ରର ଭଜୁକିନା ରାମ ନାମରେ କୁମର ଲୋକଙ୍କ ମନକୁ ବେଶ୍‌ ଛୁଇଁପାରିଥାଏ ା ମନଛୁଆଁ କେନ୍ଦରା ବାଦନ ଶୁଣି କେହି କେହି ତାଙ୍କୁ ସ୍ବଇଚ୍ଛାରେ କିଛି ଅର୍ଥ ଦେଇଥାନ୍ତି ା ତେବେ ଏହି ବାଦ୍ୟ ବଜାଇ ସେ କାହା ଆଗରେ କେବେ ବି ହାତ ପାତି ନ ଥିବା କୁହନ୍ତି ସତ୍ୟବାଦୀ ା କେନ୍ଦେରା ବାଦ୍ୟ ବଜାଇ ସେ ସବୁବେଳେ ଭଗବାନଙ୍କ ନାମ ସଂକୀର୍ତ୍ତନ କରୁଥିବାରୁ ତାଙ୍କୁ ପ୍ରଚୁର ଆମତ୍ସନ୍ତୋଷ ମିଳିଥାଏ ବୋଲି କୁହନ୍ତି ସତ୍ୟବାଦୀ ା ନିଜେ ଆମତ୍ତୃପ୍ତି ପାଇବା ସହ ପୁରାତନ ବାଦ୍ୟଯନ୍ତ୍ର ଶିଖିବା ପାଇଁ ସେ ଅନେକ ସ୍ଥାନରେ ଯୁବପିଢି ବାଦ୍ୟକାରଙ୍କୁ ଅନୁରୋଧ କରିଥାନ୍ତି। ତେବେ ସେ ଜୀବନର ଶେଷ ପର୍ଯ୍ୟନ୍ତ ଗାଁ ଗାଁ ବୁଲି କେନ୍ଦରା ବାଦନ କରି ଭଗବାନଙ୍କ ନାମଗାଇ ବୁଲୁଥିବେ ବୋଲି କହିଛନ୍ତି।