Categories: ବାଣିଜ୍ୟ

ଆମଦାନୀ ଶୁଳ୍କ ନେଇ ଭାରତକୁ ପୁଣି ଟାର୍ଗେଟ କଲେ ଟ୍ରମ୍ପ

ଓ୍ବାଶିଂଟନ,୩୦-୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମଦାନୀ ଶୁଳ୍କ ନେଇ ପୁଣିଥରେ ଭାରତକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ଉତ୍ପାଦ ବିଶେଷ କରି କାଗଜାତ ସାମଗ୍ରୀ ଓ ହାର୍ଲେ ଡେଭିଡସନ ମୋଟରସାଇକେଲ ଉପରେ ଭାରତରେ ବଡ଼ ଧରଣର ଶୁଳ୍କ ଆଦାୟ କରାଯାଉଛି। ଉଚ୍ଚ ଶୁଳ୍କ କାରଣରୁ ଆମେରିକାକୁ ଭାରତ,ଚାଇନା ଏବଂ ଜାପାନ ଭଳି ଦେଶରୁ ବିଲିୟନ ଡଲାର କ୍ଷତି ସହିବାକୁ ପଡ଼ୁଛି। ରବିବାର ବିସ୍କୋସିନ୍‌ ରାଜ୍ୟର ଗ୍ରିନ ଓ୍ବେ ସହରରେ ରିପବ୍ଲିକାନ ପାର୍ଟି ପକ୍ଷରୁ ଆୟୋଜିତ ଏକ ରାଜନୈତିକ ରାଲିରେ ଯୋଗ ଦେବା ଅବସରରେ ନିଜର ଉଦ୍‌ବୋଧନରେ ଟ୍ରମ୍ପ କହିଛନ୍ତି ଯେ, ବିଗତ ବର୍ଷ ମାନଙ୍କରେ ଉକ୍ତ ସମସ୍ତ ଦେଶ ଆମେରିକାକୁ କ୍ଷତି ପହଞ୍ଚାଉଛନ୍ତି। ସୂଚନାଥାଉ କି, ଆମେରିକା ରାଷ୍ଟ୍ରପତି ବାରମ୍ବାର ଭାରତକୁ ‘ଶୁଳ୍କର ରାଜା’ ବୋଲି ସମ୍ବୋଧନ କରୁଛନ୍ତି। ସେ କହିଛନ୍ତି ଯେ, ଆମେରିକା ଉତ୍ପାଦ ଉପରେ ଭାରତ ବିଗତ କିଛି ବର୍ଷ ହେଲା ଅତ୍ୟଧିକ ଆମଦାନୀ ଶୁଳ୍କ ଆଦାୟ କରୁଛି। ଭବିଷ୍ୟତରେ ଆମେରିକା ଆଉ କ୍ଷତି ସହିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Share