ଆମମାନଙ୍କ ପ୍ରାର୍ଥନା ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଶ୍ଚିତ ଶୁଣିବେ: ସମ୍ବିତ ପାତ୍ର

ଭୁବନେଶ୍ୱର,୨୧।୬: ଏବର୍ଷ ପୁରୀ ସମେତ ସାରା ଓଡିଆରେ ରଥଯାତ୍ରା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବା ପରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ଭାଜପା ମୁଖପାତ୍ର ସମ୍ବିତ ପାତ୍ର। ଆସନ୍ତା ଜୁନ୍‌ ୨୩ରେ ଅନୁଷ୍ଠିତ ହେଉଥିବା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଆଜି ମୁଁ ସୁପ୍ରିମକୋର୍ଟଙ୍କ ପ୍ରଥମ ଆଦେଶର ସ୍ପଷ୍ଟୀକରଣ/ସଂଶୋଧନ ନିମନ୍ତେ ଆବେଦନ ଦାଖିଲ କରିଦେଇଛି। ମୋର ପୂର୍ଣ୍ଣ ଆଶା ଆମ୍ଭମାନଙ୍କ ଏହି ପ୍ରାର୍ଥନା ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଶ୍ଚିତ ଶୁଣିବେ ବୋଲି ସମ୍ବିତ ଟୁଇଟ୍‌ରେ କହିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ପାଇଁ ନୟାଗଡ ଜିଲାର ଅଫତାଭ ହୁସେନ ମଧ୍ୟ ପିଟିଶନ ଦାଖଲ କରିଛନ୍ତି। ଏନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ।

Share