ଆମର ସଂଖ୍ୟା ହେଉନି, ଆମେ ଲଢ଼ିବୁନି: ପ୍ରଦୀପ୍ତ ନାୟକ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ରାଜ୍ୟ ସଭା ପ୍ରାର୍ଥୀ ନିମନ୍ତେ ବୁଧବାର ନାମାଙ୍କନ ଦାଖଲର ଶେଷ ଦିନ। ବିଜେଡି ପକ୍ଷରୁ ୪ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଭାଜପା ପ୍ରାର୍ଥୀ ଦେବନି ବୋଲି ଘୋଷଣା କରିଛି।
ଏ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଆମର ସଂଖ୍ୟା ହେଉନି, ସେଥିଲାଗି ଆମେ ଲଢ଼ିବୁନି। ସଂଖ୍ୟାଗରିଷ୍ଠତା ନ ଥିବରୁ କ’ଣ ପାଇଁ ଲଢ଼ିବୁ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। କିନ୍ତୁ ଏ ନେଇ ପାର୍ଟି ନିଷ୍ପତ୍ତି ହୋଇନି। ସେ ଆହୁରି ମଧ୍ୟ କହିଛନ୍ତି, ନୋମିନେଶନ କରିବାର ସଂଖ୍ୟା ଅଛି। ହେଲେ ଜିତିବାର ସଂଖ୍ୟା ନାହିଁ। ଲଢ଼ିକି ଅବଦସ୍ଥ ହେବାକୁ ପସନ୍ଦ କରୁନୁ। ଅପରପକ୍ଷେ କଂଗ୍ରେସ ସହ ମିଶିବାର ସମ୍ଭାବନା ନାହିଁ। ଏହା ବ୍ୟତୀତ ଦଳ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପରେ ଗଣମାଧ୍ୟମକୁ ଅବଗତ କରାଇଦେବେ ବୋଲି ସେ କହିଛନ୍ତି।

Share