Categories: ବାଣିଜ୍ୟ

ଆମାଜନ, ଫ୍ଲିପ୍‌କାର୍ଟ ବିରୋଧରେ ସିସିଆଇର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪-୧: ଆମାଜନ ଏବଂ ଫ୍ଲିପକାର୍ଟ ବିରୋଧରେ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ) ତଦନ୍ତ ନିର୍ଦ୍ଦେଶ ଦେଇଛି। ବେଆଇନ ବ୍ୟବସାୟ ପ୍ରଣାଳୀ, ବୃହତ୍‌ ପରିମାଣର ରିହାତି ଏବଂ ସେମାନଙ୍କ ପ୍ଲାଟଫର୍ମରେ ପ୍ରିଫର୍ଡ ସେଲରଙ୍କ ସହ ସହଯୋଗିତା ଭଳି ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି କମ୍ପାନୀଗୁଡିକ ବିରୋଧରେ ଦିଲ୍ଲୀର ବ୍ୟାପାର ମହାସଂଘ ଅଭିଯୋଗ କରିଥିଲା। ଏହି ସଂଘରେ ସ୍ମାର୍ଟଫୋନ ଏବଂ ଆସେସୋରିଜ ବ୍ୟବସାୟୀମାନେ ଅଛନ୍ତି। ସୂଚନା ଯୋଗ୍ୟ, ଚଳିତ ସପ୍ତାହରେ ଆମାଜନ ସିଇଓ ଜେଫ୍‌ ବୋଜରସ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କୁ ବିଭିନ୍ନ ସ୍ଥାନରେ ବ୍ୟବସାୟୀମାନେ ବିରୋଧ କରିବେ ବୋଲି ଜଣାପଡିଛି। ଭାରତରେ ବିଭିନ୍ନ ନିୟାମକ ପ୍ରତିବନ୍ଧକର ସମାଧାନ କରିବା ଲାଗି ସେ ଭାରତ ଆସୁଥିବା ସୂଚନା ରହିଛି।

Share