Advertisement

ଆମିଶ ବଜାରରେ ଦରବୃଦ୍ଧିକୁ ନେଇ ଉତ୍ତେଜନା

ଦେବଗଡ, ୨୯ା୩ (ଡି.ଏନ.ଏ.): ଦେବଗଡ ଆମିଶ ବଜାରରେ ଅହେତୁକ ଦର ବୃଦ୍ଧିକୁ ନେଇ ରବିବାର ଗ୍ରାହକ ଓ ବ୍ୟବସାୟୀ ମୁହାମୁହିଁ ହୋଇଥିଲେ। ଉତ୍ତ୍ୟକ୍ତ ଗ୍ରାହକମାନେ ବଜାର ଫାଟକରେ ତାଲା ପକାଇ ଦେଇଥିଲେ । ପରିସ୍ଥିତି ଗୁରୁତର ଆକାର ଧାରଣ କରିବା ପୂର୍ବରୁ ଦେବଗଡ ଥାନା ପୋଲିସ ଓ ସ୍ଥାନୀୟ ପୌର କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଉଭୟପକ୍ଷଙ୍କୁ ବୁଝାସୁଝା କରିଥିଲେ। ବ୍ୟବସାୟୀଙ୍କୁ ନିର୍ଦ୍ଧାରିତ ଦରରେ ମାଛମାଂସ ବିକ୍ରୀ ପାଇଁ ଏକ ତାଲିକା ପ୍ରସ୍ତୁତ କରିଥିଲେ । ସେହିପରି ସୋମବାରଠାରୁ ପ୍ରାଣୀଧନ ବିଭାଗ ଓ ମତ୍ସ ବିଭାଗ ପକ୍ଷରୁ ଆମିଶ ବଜାରରେ ବିକ୍ରୀ କରା ଯାଉଥିବା ମାଛ ମାଂସର ଗୁଣବତ୍ତ। ଯାଞ୍ଚ କରିବା ସହ ପ୍ରତ୍ୟେକ ଦିନ ଦର ନିର୍ଦ୍ଧାରଣ କରିବାର ବ୍ୟବସ୍ଥା କରାଯାଉଥିବା ନେଇ ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ ଗ୍ରାହକମାନଙ୍କୁ ଆଶ୍ୱାସନା ଦେଇଥିଲେ। ପରେ ପରିସ୍ଥିତି ଶାନ୍ତ ପଡିଥିଲା ଓ ଆମିଶ ବଜାର ଖୋଲିଥିଲା ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel