ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ମାର୍କେଟିଂ ଗୁରୁ କୁହାଯାଉଥିବା ଆମୀର ଖାନ୍ ତାଙ୍କର ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍ଢ଼ା’ ର ପ୍ରଚାର ପାଇଁ ସମଗ୍ର ଭାରତର ଚକ୍କର କାଟିବେ। ଆଜ୍ଞା ହଁ, ନିକଟରେ ପଞ୍ଜାବରେ ଶୁଟିଂ ଶେଷ କରିଥିବା ଆମୀର ଫିଲ୍ମର ଅନ୍ୟ ଭାଗର ଶୁଟିଂ ପାଇଁ ଭାରତର ୧୦୦ଟି ସ୍ଥାନ ଭ୍ରମଣ କରିବେ ବୋଲି ଜଣାପଡ଼ିଛି। ଏଥିପାଇଁ ସେ ନିଜ ଟିମ୍ ସହ ବିଭିନ୍ନ ସ୍ଥାନ ଭ୍ରମଣ କରିବେ। ଆଗାମୀ କିଛି ଦିନ ମଧ୍ୟରେ ଏହି ସମସ୍ତ ସ୍ଥାନଗୁଡ଼ିକ ଫାଇନାଲ ହେବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ଶୁଟିଂ ଶେଷ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି। ଆମୀରଙ୍କ ଏହି ଫିଲ୍ମ ୧୯୯୪ରେ ମୁକ୍ତିଲାଭ କରିଥିବା ହଲିଉଡ୍ ସିନେମା ‘ଫରେଷ୍ଟ ଗମ୍ପର’ର ହିନ୍ଦୀ ରିମେକ୍।