Categories: ଜାତୀୟ

ଆମେଠିରେ ଘର କିଣିବେ ସ୍ମୃତି

ଆମେଠି,୨୪।୬: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ରବିବାର ତାଙ୍କ ନିର୍ବାଚନ ମଣ୍ଡଳୀ ଆମେଠି ଗସ୍ତ କରିଥିଲେ। ଏବେ ସେ ସେଠାରେ ଏକ ଘର କିଣିବେ ବୋଲି ଶୁଣିବାକୁ ମିଳିଛି। ସ୍ମୃତି ନିଜ ନିର୍ବାଚନ ମଣ୍ଡଳୀରେ ସ୍ଥିତି ଦୃଢ କରିବା ପାଇଁ ଏଭଳି କରିଥିବା କୁହାଯାଉଛି। ହେଲେ ସ୍ମୃତି କହିଛନ୍ତି ସେ ତାଙ୍କ ନିର୍ବାଚନ ମଣ୍ଡଳୀରେ ରହି ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବାକୁ ଚାହୁଁଛନ୍ତି। ସ୍ମୃତି ଗୌରିଗଞ୍ଜ ଅଞ୍ଚଳରେ ଏକ ଆପାର୍ଟମେଣ୍ଟ କିଣିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଏହି ଗସ୍ତ ସମୟରେ ସ୍ମୃତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଖୁବ୍‌ ବର୍ଷିଥିଲେ।

Share