ଆମେରିକାକୁ ଝଟ୍‌କା: ୧୬ ହଜାରରୁ ଅଧିକ ଚାଇନା ବୈଜ୍ଞାନିକଙ୍କ ଘର ବାହୁଡ଼ା

ବେଜିଂ,୨।୧: ଆମେରିକାକୁ ଚାଇନା ବଡ଼ ଝଟ୍‌କା ଦେଇଛି। ଆମେରିକାରେ କାମ କରୁଥିବା ୧୬ ହଜାରରୁ ଅଧିକ ବୈଜ୍ଞାନିକଙ୍କୁ ଚାଇନା ଫେରାଇ ଆଣିଛି। ବୈଜ୍ଞାନିକମାନେ ଏଣିକି ଘରୋଇ ବିକାଶ ଲାଗି କାର୍ଯ୍ୟ କରିବେ ବୋଲି ଚାଇନା ସରକାର କହିଛନ୍ତି। ଆମେରିକାର ବିଭିନ୍ନ ପ୍ରକଳ୍ପରେ ଏହି ବୈଜ୍ଞାନିକମାନେ କାମ କରୁଥିଲେ। ଓହିଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଚାଇନା ସରକାର ବିଦେଶରୁ ଫେରିଥିବା ବୈଜ୍ଞାନିକଙ୍କୁ ବୃହତ୍‌ ପ୍ରକଳ୍ପରେ ନିୟୋଜିତ କରୁଥିବା କୁହାଯାଉଛି।

Share